ଓଡିଶା

odisha

ETV Bharat / city

ଦୁଷ୍କର୍ମ ଶିକାର ମହିଳା ଏସଆଇ, ଡିଜିଙ୍କ ପାଖେ ନ୍ୟାୟ ଭିକ୍ଷା ! - lady-si-complain

ପୋଲିସ ଚାକିରି କରି ବି ନିଜ କୁ ନ୍ଯାୟ ଦେଇ ନପାରି ପୋଲିସ ଡିଜିଙ୍କୁ କରିଛନ୍ତି ଗୁହାରୀ । ଯାହାକୁ ନେଇ ଡିଜିଙ୍କ କ୍ଯାମ୍ପ ଅଫିସରେ ଆସି କରିଛନ୍ତି ନିବେଦନ। ଅଧିକ ପଢନ୍ତୁ..

ଦୁଷ୍କର୍ମ ଶିକାର ମହିଳା ଏସଆଇ, ଜିଜିଙ୍କ ପାଖେ ନ୍ୟାୟ ଭିକ୍ଷା !
ଦୁଷ୍କର୍ମ ଶିକାର ମହିଳା ଏସଆଇ, ଜିଜିଙ୍କ ପାଖେ ନ୍ୟାୟ ଭିକ୍ଷା !

By

Published : Aug 24, 2020, 7:53 PM IST

ଭୁବନେଶ୍ବର: ନ୍ଯାୟ ମାଗୁଛନ୍ତି ମହିଳା ଏସଆଇ। ପୋଲିସ ଚାକିରି କରି ବି ନିଜ କୁ ନ୍ଯାୟ ଦେଇ ନପାରି ପୋଲିସ ଡିଜିଙ୍କୁ କରିଛନ୍ତି ଗୁହାରୀ । ଯାହାକୁ ନେଇ ଡିଜିଙ୍କ କ୍ଯାମ୍ପ ଅଫିସରେ ଆସି କରିଛନ୍ତି ନିବେଦନ। ଯେକି ଖଲିକୋଟ ଥାନାରେ ଥିବା ଏସଆଇ ସିଲୁ ଧଳ ଦ୍ବାରା ହୋଇଛନ୍ତି ଦୁଷ୍କର୍ମର ଶିକାର। କାରଣ ଯେତେବେଳେ ପୋଲିସ ଏକାଡେମିରେ ଟ୍ରେନିଂ ନେଉଥିଲେ ସେତେବେଳେ ସିଲୁ ଧଳ ପଡିଥିଲେ ମହିଳା ଏସଆଇଙ୍କ ପଛରେ ।

ଦୁଷ୍କର୍ମ ଶିକାର ମହିଳା ଏସଆଇ, ଜିଜିଙ୍କ ପାଖେ ନ୍ୟାୟ ଭିକ୍ଷା !

ସେବେଠୁ ପିଛା ନଛାଡି ମହିଳା ଏସଆଇ ଜମନକିରାରେ ପୋଷ୍ଟିଂ ପରେ ତାଙ୍କ ରୁମକୁ ଯାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଆଉ ଯାହାକୁ ନେଇ ସାରଙ୍ଗଗଡ ଥାନାରେ ଅକ୍ଟୋବର ୨୦୧୯ରେ ଥାନାରେ ଏତଲା ଦେଇଥିଲେ ମହିଳା। ପରେ ବଦନାମ ଭୟରେ ଗୋଟିଏ ଡିପାର୍ଟମେଣ୍ଟର ଚାକିରି କରୁଥିବା କହି ବିବାହର ପ୍ରତିଶୃତି ଦେଇ ମନ୍ଦିରରେ କଲେ ବିବାହ। ହେଲେ କୋର୍ଟ ନିଷ୍ପତିରୁ ବର୍ତ୍ତିବାକୁ ପୁରୁଷ ଏସଆଇ ଜଣଙ୍କ ରଚିଥିଲେ ଏପରି ଚକ୍ରାନ୍ତ । ନା ଧରାଛୁଆଁ ଦେଲେ ନା ବିବାହ କଲେ। ମିଛ ବିବାହର ନାଟକ ରଚି ଫେରାର ମଧ୍ୟ ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ଅଭିଯୋଗକାରୀଣୀ ।

କିନ୍ତୁ ପୁଣି ଏବେ ତାଙ୍କ ନାରେ ଅଭିଯୋଗ ଆଣି ଦାରିଙ୍ଗିବାଡି ଥାନାରେ ଏତଲା ଦେଇଛନ୍ତି ମହିଳା ଏସଆଇ ଜଣଙ୍କ । ଏନେଇ ଏସଆଇଙ୍କୁ ଗିରଫ ପାଇଁ ଦାବି କରିଛନ୍ତି । ତେବେ ଏନେଇ ଏସଆଇଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ଯ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details