ଭୁବନେଶ୍ବର: ରାଜଧାନୀରେ ଲେଡି ଏଣ୍ଟରପ୍ରେନ୍ୟୁୟରଙ୍କ ସୁଇସାଇଡ । ଝୁଲନ୍ତା ଅବସ୍ଥାରେ ମିଳିଲା ଲେଡି ଏଣ୍ଟରପ୍ରେନ୍ୟୁୟରଙ୍କ ମୃତଦେହ। ପାହାଳ ଥାନା ଅଟଳା ନିକଟରେ ଥିବା ସୁରେଖ ଆପାର୍ଟମେଣ୍ଟର ଫ୍ଲାଟ ନଂ J-401ରୁ ମିଳିଛି ମୃତଦେହ । ମୃତକ ହେଲେ ସୁଜାତା ରଥ ।
ଏଣ୍ଟରପ୍ରେନ୍ୟୁୟର ଜଗତରେ ବେଶ ଜଣାଶୁଣା ଥିଲେ ମୃତକ ସୁଜାତା । ତେବେ ସେଠାରେ ସେ ତାଙ୍କର ପୁରୁଷ ବନ୍ଧୁଙ୍କ ସହ ଲିଭ ଇନରେ ରହୁଥିବା ଜଣାପଡିଛି । ଯିଏ ବର୍ତ୍ତମାନ ସମ୍ବଲପୁର ଯାଇଛନ୍ତି ଏକ ବିବାହ କାମରେ। ପୁରୁଷ ବନ୍ଧୁଙ୍କ ଅନୁପସ୍ଥିତିରେ ଏଭଳି ସୁଇସାଇଡ କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ।
କାରଣ ସେହି ଆପାର୍ଟମେଣ୍ଟର ଆଉ ଏକ ଫ୍ଲାଟରେ ରୁହନ୍ତି ଲେଡିଙ୍କ ବାପା ଓ ମା ଓ ପରିବାର । ତେବେ ଲିଭ ଇନରେ ରହୁଥିବା କଥା ମଧ୍ଯ ପରିବାର ଜାଣିଛନ୍ତି। ଏପରିକି ପୁରୁଷ ବନ୍ଧୁ ମଧ୍ୟ ତାଙ୍କ ବାପା ମାଙ୍କୁ ଦୁଇ ଦିନ ତଳେ ମଧ୍ୟ ଫୋନ କରି ସୁଜାତା ଫୋନ ଉଠାଉନଥିବା କହିଥିଲେ। ତେବେ ଜଣେ ବ୍ୟବସାୟୀ ମହିଳା ଜୀବନରେ ସଫଳତା ପାଇଥିବା ସତ୍ବେ ଏଭଳି ସୁଇସାଇଡକୁ ନେଇ ଏଣ୍ଟରପେନ୍ୟୁର ଜଗତରେ ଚହଳ ସୃଷ୍ଟି ହୋଇଛି।
କାରଣ ସେ ଜଣେ ଦୃଢ ମାନସିକାତାର ଲେଡି ଥିଲେ । ବେସ ଭଲ ଭାବେ ଅନେକ କମ୍ପାନୀରେ କାମ କରିବା ବେଳେ ବହୁତ ଭଲ ପରିଚିତ ଥିଲେ। ତେବେ ନିଜର ବିଜନେସ ବି ଭଲ ଚାଲୁଥିଲା । ଏପରି ଏମିତି କଣ ହେଲା ଯେ କାହିଁକି ସୁଇସାଇଡ କଲେ ପୋଲିସ ମଧ୍ୟ ତଦନ୍ତ ଚଳାଇଛି । ମୃତଦେହର ପୋଷ୍ଟମର୍ଟନ ସରିଛି । ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ତେବେ ତାଙ୍କର ମୋବାଇଲ ଜବତ ହୋଇଥିବା ବେଳେ ମୋବାଇଲରୁ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । କୋଣସି ବ୍ୟବସାୟିକ ଚାପ ନା ପାରିବାରିକ ନା ରିଲେସନସିପକୁ ନେଇ ଚାପରେହଥିଲେ ତମାମ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ ପୋଲିସର ପାହାଳ ଥାନା ଟିମ ।
ଇଟିଭି ଭାରତ, ଭୁବନେଶ୍ବର