ଭୁବନେଶ୍ବର: ଲେଡି ବ୍ଲାକ ମେଲର ଅର୍ଚ୍ଚନାଙ୍କ ଠାରୁ ଜବତ ହାର୍ଡ ଡିସ୍କରେ ଏମିତି କଣ ରହିଛି ଯେ ଯାହାକୁ ନେଇ ପାଓ୍ବାର କରିଡରରେ ହଲଚଲ । କିଛି ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ସମ୍ପର୍କ ରଖିଥିଲେ ଅର୍ଚ୍ଚନା । ସେମାନଙ୍କ ସହିତ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ନାହିଁ ତ ଏହି ହାର୍ଡ ଡିସ୍କରେ । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।
ଅର୍ଚ୍ଚନାଙ୍କ ଫାସରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି । ଫଳରେ କାର୍ଯ୍ୟାନୁଷ୍ଠାନ ଭୟରେ ପାଓ୍ବାର କରିଡରରେ ପ୍ରମାଦ ଗଣିବା ଆରମ୍ଭ ହୋଇଯାଇଛି । ଖୋଲୁଛି ମାୟାବୀନି ଅର୍ଚ୍ଚନା ମାୟାଜାଲର ଗୁମର । ସାମ୍ନାକୁ ଆସିଲାଣି ଅର୍ଚ୍ଚନା ସହ ଏକାଧିକ ଲୋକଙ୍କ ସମ୍ପର୍କ । ପାଓ୍ବାର କରିଡରେ ସେହି ଲୋକମାନଙ୍କର ରହିଛି ପ୍ରଭାବ । ଅର୍ଚ୍ଚନା ଗିରଫ ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । କାରଣ ଅର୍ଚ୍ଚନା ଙ୍କ ସହ ନେତା, ମନ୍ତ୍ରୀ, ହେଭିଓ୍ବେଟଙ୍କ ଫଟୋ ସୃଷ୍ଟି କରିଛି ଝଡ ।
ଏହାବି ପଢନ୍ତୁ- 3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ କରିଥିଲେ ଅଧ୍ୟୟନ
ବର୍ତ୍ତମାନର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଫଟୋ, ସାଂସଦ ଜୁଏଲ ଓରାମ, ବିଧାୟକ, ପୂର୍ବତନ ବିଧାୟକ, ସୁର ରାଉତରାୟଙ୍କ ପୁଅଙ୍କ ସହ ମଧ୍ୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ଅର୍ଚ୍ଚନା ଲିଙ୍କରେ ଥିବା ପାଓ୍ବାର କରିଡରର ହେଭିଓ୍ବେଟଙ୍କ ମଧ୍ୟରେ ଭାଳେଣି ପଡିଲାଣି । କାରଣ ଚର୍ଚ୍ଚା ହେଉଛି ଏସବୁକୁ ନେଇ ପାଓ୍ବାର କରିଡରରେ ଏକ ତାଲିକା ପ୍ରସ୍ତୁତ ହେଉଛି । କେଉଁମାନେ ଯାଇଥିଲେ ଅର୍ଚ୍ଚନାଙ୍କ ରାଜ ଉଆସ । କାହା ସହ ରହିଛି ଅର୍ଚ୍ଚନାଙ୍କ ସମ୍ପର୍କ । କେଉଁମାନେ ଏ ସବୁ କଥା ଜାଣି ଚୁପ ରହିଛନ୍ତି । କେଉଁ ଅଫିସରଙ୍କ ଛତ୍ର ଛାୟାରେ ଅର୍ଚ୍ଚନାଙ୍କୁ ଦିଆଯାଇଥିଲା ସୁରକ୍ଷା ।