ଓଡିଶା

odisha

ETV Bharat / city

ଭିଡିଓ କନଫରେନ୍ସରେ ହାଜର ହେଲେ ବ୍ଲାକମେଲର ଅର୍ଚ୍ଚନା, ଚାଲିଛି ଜାମିନ୍ ଆବେଦନର ଶୁଣାଣି - ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ

ଜାମିନ ଆବେଦନର ଶୁଣାଣି ପାଇଁ ହାଜର ହୋଇଛନ୍ତି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ । ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଭିଡିଓ କନଫରେନ୍ସଂ ଜରିଆରେ ଜାମିନ ପ୍ରସଙ୍ଗରେ ଶୁଣାଣି ହେଉଛି । ସୁରକ୍ଷା ଦୃଷ୍ଟିରୁ ଭିସି ଯୋଗେ ଶୁଣାଣି ହେଉଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା
ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା

By

Published : Oct 11, 2022, 1:06 PM IST

ଭୁବନେଶ୍ବର:ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣା । ଜାମିନ ପ୍ରସଙ୍ଗରେ ଶୁଣାଣି ଆରମ୍ଭ ହୋଇଛି । ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଭିଡିଓ କନଫରେନ୍ସଂ ଜରିଆରେ ଅର୍ଚ୍ଚନାଙ୍କ ଦ୍ବାରା କରାଯାଇଥିବା ଜାମିନ ଆବେଦନର ଶୁଣାଣି ହୋଇଛି । ସୁରକ୍ଷା ଦୃଷ୍ଟିରୁ ଭିସି ଯୋଗେ ଶୁଣାଣି ହେଉଥିବା ସୂଚନା ମିଳିଛି । ଝାରପଡା ଜେଲରେ ନିଜ ପକ୍ଷ ରଖିଛନ୍ତି ଅର୍ଚ୍ଚନା ।

ଭୁବନେଶ୍ବର SDJM କୋର୍ଟରେ ଭିସି ଜରିଆରେ ଶୁଣାଣି ହୋଇଛି । ଅର୍ଚ୍ଚନାଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି । ଭିସି ଜରିଆରେ ହାଜର ହୋଇଛନ୍ତି ଅର୍ଚ୍ଚନା । ସୁରକ୍ଷା ଦୃଷ୍ଟିକୋଣରୁ ଭିସିରେ ହାଜର ହେବାକୁ ନିଷ୍ପତ୍ତି ହୋଇଥିଲା । ଅର୍ଚ୍ଚନାଙ୍କ ପକ୍ଷରୁ ଦୁଇ ଜଣ ଓକିଲ ଜାମିନ ପାଇଁ ଆବେଦନ କରିଥିବାରୁ କିଏ ତାଙ୍କ ଓକିଲ ସେ ନେଇ ଶୁଣାଣି ବେଳେ ସ୍ପଷ୍ଟ ହେବ । ଗତକାଲି (ସୋମବାର) ଏନେଇ ଶୁଣାଣି ହେବାର ଥିଲା । ଯେହେତୁ ଦୁଇ ଜଣ ଓକିଲ କୋର୍ଟରେ ଆବେଦନ କରିଥିଲେ ସେ ନେଇ କିଏ ତାଙ୍କ ଓକିଲ ଚିହ୍ନଟ ପାଇ ଆଜି ତାଙ୍କୁ କୋର୍ଟରେ ହାଜର ହେବା ପାଇଁ କୁହାଯାଇଥିଲା ।

ଏହା ବି ପଢନ୍ତୁ...ଅର୍ଚ୍ଚନାଙ୍କ ଠାରୁ ଜବତ ହାର୍ଡ ଡିସ୍କରେ କାହାର ଭିଡିଓ, ପାଓ୍ବାର କରିଡରରେ ଛନକା !

ତେବେ ଅର୍ଚ୍ଚନାଙ୍କ ସହ ହାଇପ୍ରୋଫାଇଲ ଲିଙ୍କ ଯୋଗୁ ସୁରକ୍ଷା ଦୃଷ୍ଟିକୋଣରୁ ତାଙ୍କୁ ଜେଲରେ ଥାଇ ଭିଡିଓ କନଫେରେନ୍ସ ଜରିଆରେ ଶୁଣାଣି ପ୍ରକ୍ରିୟାରେ ହାଜର‌ ହୋଇ ନିଜର ପକ୍ଷ ରଖିବା ପାଇଁ କୁହାଯାଇଥିଲା । ଝାରପଡ଼ା ଜେଲରେ ଉପସ୍ଥିତ ଥାଇ ଅର୍ଚ୍ଚନାଙ୍କ ବେଲ୍‌ରେ ଶୁଣାଣି ଚାଲିଛି । ସେପଟେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେପି ।

ପ୍ରେସମିଟ୍‌ରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଅର୍ଚ୍ଚନା ନାଗ ଫିଲ୍ମ ପ୍ରଯୋଜକଙ୍କଠୁ ନେଇ ବହୁ ବଡ ବଡିଆଙ୍କୁ ଫସାଇ ବ୍ଲାକମେଲ କରୁଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ଗରିଫ କରିଥିଲା । ଦିନକୁ ଦିନ ନେତା ଓ ବ୍ୟବସାୟୀଙ୍କ ଲିଙ୍କ ମଧ୍ୟ ଲମ୍ବିବାରେ ଲାଗିିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details