ଭୁବନେଶ୍ବର :ଖଣ୍ଡଗିରିରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ୨୬ ବର୍ଷୀୟା ଛତିଶଗଡ଼ର ବାସିନ୍ଦା ହୋଇଥିବା ଜଣାପଡ଼ିଛି । ଦୁଷ୍କର୍ମ କରିଥିବା ଅଭିଯୁକ୍ତ ସେହି ଶିକ୍ଷାନୁଷ୍ଠାନର ହୋଇଥିବା ସୂଚନା ମିଳିଛି । ବ୍ୟକ୍ତି ଜଣକ ପୀଡ଼ିତାଙ୍କୁ ବ୍ଲାକମେଲ କରୁଥିବା ଛତିଶଗଡ଼ରେ ଅଭିଯୋଗ ହୋଇଥିଲା ।
ରାଜଧାନୀରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ, ଖଣ୍ଡଗିରି ଥାନାରେ ଅଭିଯୋଗ - ଖଣ୍ଡଗିରିରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ
ଖଣ୍ଡଗିରିରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ । ଅଧିକ ପଢ଼ନ୍ତୁ
ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ
ଏନେଇ ଖଣ୍ଡଗିରି ଥାନାକୁ ଯୋଗାଯୋଗ ପରେ ଜିରୋ FIR ଆଧାରରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ଖଣ୍ଡଗିରିର ଏକ ଘରୋଇ କଲେଜରେ ଦୁହେଁ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ଅନେକ ସମୟରେ ଅଭିଯୋଗକାରିଣୀ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଜଣଙ୍କ ସାଥୀ ପୁରୁଷ ସହକର୍ମୀଙ୍କ ସହ ବୁଲାବୁଲି କରୁଥିଲେ । ତେବେ ଜାଗମରାସ୍ଥିତ ଏକ ହୋଟେଲରେ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଏହି ଘଟଣା ନେଇ ତଦନ୍ତ ଚାଲିଥିବାବେଳେ ଖୁବଶୀଘ୍ର ଦୋଷୀକୁ ଧରାଯିବ ବୋଲି ଭୁବନେଶ୍ବର DCP କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର
Last Updated : May 30, 2022, 5:31 PM IST