ଓଡିଶା

odisha

ETV Bharat / city

ରାଜ୍ୟରେ ଟିକା ଅଭାବ, ପୁନର୍ବାର କେନ୍ଦ୍ରକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ - କୋଭିଡ ଟିକା

ଟିକାର ଅଭାବ ହେତୁ ଟୀକାକରଣରେ ଦେଖିବାକୁ ମିଳୁଛି ବ୍ୟାପକ ଅସୁବିଧା ଦେଖାଯାଉଛି। ଏନେଇ ପୁନର୍ବାର କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭଗ । ଅଧିକ ପଢନ୍ତୁ...

ରାଜ୍ୟରେ ଟିକା ଅଭାବ,  ପୁନର୍ବାର କେନ୍ଦ୍ରକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ଟିକା ଅଭାବ, ପୁନର୍ବାର କେନ୍ଦ୍ରକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

By

Published : Apr 6, 2021, 10:37 PM IST

ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବ ହେତୁ ଟୀକାକରଣରେ ଦେଖିବାକୁ ମିଳୁଛି ବ୍ୟାପକ ଅସୁବିଧା । ଏନେଇ ପୁନର୍ବାର କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭଗ ।

ରାଜ୍ୟରେ ଟିକା ଅଭାବ, ପୁନର୍ବାର କେନ୍ଦ୍ରକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ 45 ବର୍ଷ ଏବଂ ତଦୁର୍ଦ୍ଧ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟ ଲାଇନ୍ ୱାର୍କର୍ସ ଏବଂ ବରିଷ୍ଠ ନାଗରିକଙ୍କୁ ଓଡିଶା 35.67 ଲକ୍ଷରୁ ଅଧିକ ଡୋଜ ଟୀକା ଦେଇସାରିଛି । 1 ଏପ୍ରିଲ ପର ଠାରୁ ରାଜ୍ୟରେ ହାରାହାରି ଦୈନିକ 2.31 ଲକ୍ଷରୁ ଅଧିକ ଟୀକାକରଣ କରାଯାଉଛି ।


ବର୍ତ୍ତମାନ ରାଜ୍ୟରେ 3, 47,180 ଡୋଜ୍ କୋଭିଶିଲ୍ଡ ଏବଂ 1,36,820 ଡୋଜ କୋଭାକ୍ସିନ ଟୀକା ରହିଛି । ବର୍ତ୍ତମାନ ସମୟରେ ରାଜ୍ୟର ସମସ୍ତ ଆଞ୍ଚଳିକ ଏବଂ ଜିଲ୍ଲାଗୁଡିକରେ ଟିକା କେନ୍ଦ୍ରରେ କୋଭିଶିଲ୍ଡ ଟିକାର ସମ୍ପୁର୍ଣ୍ଣ ଷ୍ଟକ୍ ନାହିଁ | ଏହା ବ୍ୟତୀତ ମଙ୍ଗଳବାର ଅପରାହ୍ନରେ 3, 49,130 ​​ଡୋଜ୍ କୋଭିଶିଲ୍ଡ ରାଜ୍ୟକୁ ଆସିଛି, ଯାହା ଶୀଘ୍ର ବଣ୍ଟନ କରାଯିବ । ଏହା କେବଳ 3 ଦିନ ପାଇଁ ରାଜ୍ୟରେ ଟୀକାକରଣରେ ବ୍ୟବହୃତ ହୋଇପାରିବ । ଏହା ପରେ ସମଗ୍ର ରାଜ୍ୟରେ କୋଭିଶିଲ୍ଡ ଟିକା ବାହାର କରାଯିବ। ଆଗାମୀ ଦିନରେ ରାଜ୍ୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଯଥାଶୀଘ୍ର ଟିକା ପଠାଇବାକୁ କେନ୍ଦ୍ରକୁ କହିଛି ସ୍ୱାସ୍ଥ୍ୟ ବିଭଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details