ଭୁବନେଶ୍ବର: ରାଜ୍ୟରେ ଅଭାବୀ ବର୍ଷାର ପରିମାଣ ବଢିବାରେ ଲାଗିଛି । ଚଳିତ ବର୍ଷ ସ୍ବାଭାବିକଠାରୁ କମ ବର୍ଷା ହୋଇଛି । ପ୍ରତିବର୍ଷ ଜୁନ ସୁଦ୍ଧା ଯେତିକି ପରିମାଣର ବର୍ଷା ହୋଇଥାଏ ତାଠାରୁ ଚଳିତ ବର୍ଷ 17 ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ ହୋଇଛି ।
ସ୍ବାଭାବିକ ଭାବରେ ଏହି ସମୟରେ 208.3 ମିମି ବର୍ଷା ହୋଇଥାଏ । ଏହାକୁ ହିସାବକୁ ନେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 17 ପ୍ରତିଶତ କମ ବର୍ଷା ହୋଇଛି । ଜୁନ 1ରୁ 30 ଭିତରେ ୧୪ଟି ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଅନୁଗୋଳ, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ଅଭାବୀ ବର୍ଷା ହୋଇଛି । ଯାହା ସ୍ଵାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି ।