ଓଡିଶା

odisha

ETV Bharat / city

ବାତ୍ୟା ୟସ: ରାଜଧାନୀ ରାସ୍ତା କଡରେ ଭୟରେ କଟିଲା ଦିନ ମଜୁରିଆଙ୍କ ରାତି

ସ୍ଥଳଭାଗ ମୁହାଁ ବାତ୍ୟା ୟସ । ସେପଟେ ବାତ୍ୟା ସମୟରେ ରାଜଧାନୀ ରାସ୍ତାକଡରେ ଭୋକ ଉପାସରେ କଟୁଛି ଦିନ ମଜୁରିଆଙ୍କ ରାତି । ଅଧିକ ପଢନ୍ତୁ...

ବାତ୍ୟା ସମୟରେ ରାସ୍ତାକଡରେ କଟୁଛି ଦିନ ମଜୁରିଆଙ୍କ ରାତି
ବାତ୍ୟା ସମୟରେ ରାସ୍ତାକଡରେ କଟୁଛି ଦିନ ମଜୁରିଆଙ୍କ ରାତି

By

Published : May 26, 2021, 9:47 AM IST

Updated : May 26, 2021, 12:39 PM IST

ଭୁବନେଶ୍ବର: ବାତ୍ୟା ୟସ୍‌ ପାଇଁ ସମସ୍ତେ ଆତଙ୍କିତ । ଏଥିଲାଗି ସମସ୍ତେ ନିଜ ନିଜ ଘରେ ସୁରକ୍ଷିତ ସ୍ଥାନରେ ରହିଥିବା ବେଳେ ରାଜଧାନୀର ରାସ୍ତାକଡରେ ଦେଖିବାକୁ ମିଳିଛି ଛାତିଥରା ଦୃଶ୍ୟ । ସରକାର ବାତ୍ୟା ପାଇଁ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇଥିବା ବେଳେ ସେପଟେ ରାସ୍ତାକଡରେ କଟୁଛି ଦିନ ମଜୁରିଆଙ୍କ ରାତି ।

ବାତ୍ୟା ସମୟରେ ରାସ୍ତାକଡରେ କଟୁଛି ଦିନ ମଜୁରିଆଙ୍କ ରାତି

ବାତ୍ୟା ପ୍ରଭାବରେ ରାଜଧାନୀରେ ବର୍ଷା ପବନ ଜାରି ରହିଥିବା ବେଳେ ରାସ୍ତାକଡରେ ଶୀତରେ ଥୁରୁ ଥୁରୁ ହୋଇ ଭେଣ୍ଡିଂ ଜୋନରେ ରାତି କାଟିଛନ୍ତି ଦିନ ମଜୁରିଆ । ପୂର୍ବରୁ ସେହିପରି ରାସ୍ତାକଡରେ ଶୋଉଥିବା ବେଳେ ବାତ୍ୟା ସମୟରେ ମଧ୍ୟ ସେପରି ଭାବରେ ସେମାନଙ୍କ ରାତି କଟିଛି । ଏଭଳି ଦୃଶ୍ୟ ‘ଇଟିଭି ଭାରତ’ କ୍ୟାମେରାରେ କଏଦ ହୋଇଛି । ଭୋକରେ ଆଉଟୁ ପାଉଟି ହୋଇ ଅନ୍ଧାରରେ ଏଭଳି ଅସହାୟ ଭାବେ ଏହି ଦିନ ମଜୁରିଆମାନେ ବସି ରହିଥିବା ବେଳେ ବିଏମସି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ ।

ସେପଟେ କିଛି ସାମାଜିକ କର୍ମୀ ଦେଉଥଇାବ ଖାଇବା ଖାଇ ସେମାନେ ରାସ୍ତାକଡରେ ଶୋଇଥିବା ଦେଖିବାକୁ ମିଳିଛି । ଲକଡାଉନ ପରେ ବାତ୍ୟା ସେମାନଙ୍କ ରୋଜଗାର ପନ୍ଥାକୁ ଛଡେଇ ନେଇଛି । ଫଳରେ ସେମାନେ ଭୋକର ରହିଥିବା କହିଛନ୍ତି । ସରକାର ବାତ୍ୟା ସମୟରେ ଜିରୋ କାଜୁଆଲିଟି ସମ୍ପର୍କରେ କହୁଥିବା ବେଳେ ଏଠାରେ ସରକାରଙ୍କ ପ୍ରସ୍ତୁତିର ଅସଲ ଚେହେରା ଦେଖିବାକୁ ମିଳିଛି । ପ୍ରଶାସନ ବାତ୍ୟା ସମୟରେ ଏମାନଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା କରିନଥିବାରୁ ସେମାନେ ବାତ୍ୟା ରାତିରେ ରାସ୍ତାକଡରେ ଶୋଇଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ବାତ୍ୟା ପ୍ରଭାବରୁ ଭୁବନେଶ୍ବରରେ ବୁଧବାର ସକାଳୁ ଜାରି ରହିଛି ବର୍ଷା ପବନ । ସକାଳୁ ସକାଳୁ ପ୍ରାୟ 50ରୁ 60 କିଲୋମିଟର ବେଗରେ ପବନ ବହୁଥିବା ବେଳେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : May 26, 2021, 12:39 PM IST

ABOUT THE AUTHOR

...view details