ଭୁବନେଶ୍ବର: ଘରେ ରଙ୍ଗ ମାରିବା ହେଲା କାଳ । ଜଣେ ଶ୍ରମିକ ଏକ ଘରେ ରଙ୍ଗ ଦେଉଥିବା ବେଳେ ଦେହରେ ଲାଗିଲା ୩୩ କେଭି କରେଣ୍ଟ । ଜିଅନ୍ତା ଜଳିଗଲେ ଶ୍ରମିକ ଲଲନ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ଇନଫୋସିଟି ଥାନା ଶିଶୁବିହାର ଅଞ୍ଚଳରେ ।
33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ - labor spot death in infocity PS area, sisubihar
ରାଜଧାନୀରେ ଅଘଟଣ । ଘରେ ରଙ୍ଗ ଦେଉଥିବା ବେଳେ ଦେହରେ ଲାଗିଲା ୩୩ କେଭି କରେଣ୍ଟ । ଜିଅନ୍ତା ଜଳିଗଲେ ଶ୍ରମିକ ।
![33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ electric shock in bbsr](https://etvbharatimages.akamaized.net/etvbharat/prod-images/768-512-5316270-thumbnail-3x2-bbsr.jpg)
33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ
ମୃତ ଶ୍ରମିକ ଜଣକ ଶିଖରଚଣ୍ଡିର ରଙ୍ଗ ମିସ୍ତ୍ରୀ ଲଲନ ବୋଲି ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚିଛି । ସେପଟେ ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ