ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କୋରୋନା ପଜିଟିଭ, ଫୋନ କରି ସ୍ବାସ୍ଥ୍ୟାବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ
18:17 August 17
labor-minister-sushant-singh-corona REPORT-positive, CM NAVEEN TALK TO HIM
13:28 August 17
ସୁଶାନ୍ତ ସିଂହ କୋରୋନା ପଜେଟିଭ
ଭୁବନେଶ୍ବର: ସୁଶାନ୍ତ ସିଂ କୋରୋନା ପଜେଟିଭ ଚିହ୍ନଟ । ରାଜ୍ୟ ଗ୍ରାମଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ସହ କୋରୋନା ପରୀକ୍ଷା କରାଇବାକୁ ମନ୍ତ୍ରୀ ସୁଶାନ୍ତ ସିଂ ପରାମର୍ଶ ଦେଇଛନ୍ତି। ସେ ଏବେ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
ତେବେ ମନ୍ତ୍ରୀଙ୍କ କୋରୋନା ରିପୋର୍ଟ, ପଜିଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ ସୁଶାନ୍ତଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ