କୋରୋନାରୁ ସୁସ୍ଥ ହେଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ - କୋରୋନାରୁ ସୁସ୍ଥ ହେଲେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
![କୋରୋନାରୁ ସୁସ୍ଥ ହେଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କୋରୋନାରୁ ସୁସ୍ଥ ହେଲେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ](https://etvbharatimages.akamaized.net/etvbharat/prod-images/768-512-8618210-thumbnail-3x2-susanta.jpg)
19:42 August 30
କୋରୋନାରୁ ସୁସ୍ଥ ହେଲେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
ଭୁବନେଶ୍ବର: କୋରୋନାରୁ ସୁସ୍ଥ ହେଲେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ସେ ଟ୍ବିଟ୍ କରି ଉଲ୍ଲେଖ କରିଛନ୍ତି ଯେ, ଆପଣଙ୍କ ଶୁଭେଚ୍ଛା ଓ ଅନୁଗ୍ରହ ପାଇଁ ମୁଁ ବର୍ତ୍ତମାନ କୋରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି । ଭୁବନେଶ୍ବରରେ ଉପଯୁକ୍ତ ଚିକିତ୍ସା କରିବା ପରେ ଆଜି ମୁଁ ମୋର କର୍ମକ୍ଷେତ୍ରକୁ ଫେରିଛି । ଆପଣଙ୍କ ପ୍ରାର୍ଥନା, ଶୁଭେଚ୍ଛା ଏବଂ ଉତ୍ସାହ ପାଇଁ ବହୁତ ଧନ୍ୟବାଦ, ଯାହା ମୋତେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବାରେ ସାହାଯ୍ୟ କରିଛି । ଏଥିପାଇଁ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
us