ଓଡିଶା

odisha

ETV Bharat / city

କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଜଣେ କୋରୋନା ପଜେଟିଭ ଚିହ୍ନଟ

ଆଜି ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କୋରୋନା ପଜେଟିଭ ଚିହ୍ନଟ ହୋଇଛି । ପଜିଟିଭ ଚିହ୍ନଟ ପରେ ଏବେ ସବୁ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ଅଧିକ ପଢନ୍ତୁ...

By

Published : Mar 25, 2021, 12:54 PM IST

କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଜଣେ ପଜେଟିଭ ଚିହ୍ନଟ
କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଜଣେ ପଜେଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀର ଗୋଟେ ପରେ ଗୋଟେ ଶିକ୍ଷାନୁଷ୍ଠାନକୁ ବ୍ୟାପିଲାଣି କୋରୋନା ଭାଇରସ । ଆଜି(ଗୁରୁବାର) ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କୋରୋନା ପଜେଟିଭ ଚିହ୍ନଟ ହୋଇଛି ।

କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଜଣେ ପଜେଟିଭ ଚିହ୍ନଟ

ପଜିଟିଭ ଚିହ୍ନଟ ପରେ ଏବେ ସବୁ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ବିଏମସି ତରଫରୁ କ୍ୟାମ୍ପ କରାଯାଇ ଏହି କୋଭିଡ୍ ଟେଷ୍ଟ କରାଯାଉଛି । କେନ୍ଦ୍ରୀୟ ବିଦ୍ୟାଳୟରେ କୋଭିଡ ପଜେଟିଭ ବାହାରିବା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକଙ୍କର ମଧ୍ୟ୍ୟ ଟେଷ୍ଟ କରାଯାଉଛି।

ଏହାକୁ ନେଇ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଭାଇସ ପ୍ରିନ୍ସିପାଲଙ୍କ ସୂଚନା ଅନୁସାରେ, ପୂର୍ବରୁ ଛାତ୍ରଙ୍କ ବାପା କୋଭିଡ ପଜେଟିଭ ଚିହ୍ନଟ ହୋଇଥିଲେ । ଏହାସହ ଗତ ଶନିବାର ସମ୍ପୃକ୍ତ ଛାତ୍ର ଜଣକ ସ୍କୁଲକୁ ଆସିଥିବାବେଳେ, ସେହିଦିନ ପରଠୁ ସ୍ବାସ୍ଥ୍ୟ ଖରାପ ଯୋଗୁଁ ଆଉ ସ୍କୁଲକୁ ଆସି ନଥିଲେ ।

ତେବେ ରାଜଧାନୀରେ ପଜେଟିଭ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଭୁବନେଶ୍ବରର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀଙ୍କ ମଧ୍ୟ କୋରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details