ଓଡିଶା

odisha

ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଇସ୍କନ ମନ୍ଦିର, ଭଜନ-କୀର୍ତ୍ତନରେ କମ୍ପୁଛି ରାଜଧାନୀ

By

Published : Aug 30, 2021, 1:58 PM IST

ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜଧାନୀର ଇସ୍କନ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ଅଧିକ ପଢନ୍ତୁ...

ଜନ୍ମାଷ୍ଟମୀରେ ଚଳଚଞ୍ଚଳ ରାଜଧାନୀର ଇସ୍କନ ମନ୍ଦିର
ଜନ୍ମାଷ୍ଟମୀରେ ଚଳଚଞ୍ଚଳ ରାଜଧାନୀର ଇସ୍କନ ମନ୍ଦିର

ଭୁବନେଶ୍ବର: ଆଜି(ସୋମବାର) ହେଉଛି ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଭାବେ ପାଳନ କରାଯାଏ । ହିନ୍ଦୁମାନେ ଧୁମଧାମରେ କାହ୍ନାଙ୍କ ଜନ୍ମଦିନକୁ ପାଳିଥାନ୍ତି । ତେବେ ଏହି ପବିତ୍ର, ଭକ୍ତିପୂର୍ଣ୍ଣ ଦିବସରେ ରାଜଧାନୀର ଇସ୍କନ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । କୋରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମନ୍ଦିର ବାହାରେ ରାଧାକୃଷ୍ଣଙ୍କୁ ଦର୍ଶନ କରିଛନ୍ତି ।

ଜନ୍ମାଷ୍ଟମୀରେ ଚଳଚଞ୍ଚଳ ରାଜଧାନୀର ଇସ୍କନ ମନ୍ଦିର

ଗତ ୨୩ ତାରିଖରୁ ରାଜଧାନୀରେ ଦର୍ଶନ ପାଇଁ ସବୁ ମନ୍ଦିର ଖୋଲାଯାଇଛି । ସଂକ୍ରମଣ ଓ ଭିଡ଼କୁ ନଜରରେ ରଖି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଫଳରେ ଭକ୍ତମାନେ ବାହାରେ ଠିଆ ହୋଇ ରାଧାକୃଷ୍ଣଙ୍କୁ ଦର୍ଶନ କରିଛନ୍ତି । ପାଖରୁ ଠାକୁରଙ୍କୁ ଦର୍ଶନ ନ କରି ଭକ୍ତଙ୍କ ମନ ନିରାଶ ହୋଇଛି ସତ, କିନ୍ତୁ ବାହାର ପଟୁ ଅର୍ଥାତ ପ୍ରଭୁଙ୍କ ଦୁଆରୁ ଦର୍ଶନ ପାଇଥିବାରୁ ଭକ୍ତମାନେ ବେଶ ଆନନ୍ଦ ଥିବା କହିଛନ୍ତି ।

ଅନ୍ୟପଟେ କୋରୋନା କଟକଣା ଭିତରେ ଜନ୍ମାଷ୍ଟମୀର ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । କୀର୍ତ୍ତନ ଓ ଭଜନରେ ପ୍ରକମ୍ପିତ ହୋଇଛି ସଂପୂର୍ଣ୍ଣ ପରିବେଶ । କେବଳ ଇସ୍କନ ଦୀକ୍ଷାଧାରୀ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details