ଓଡିଶା

odisha

ETV Bharat / city

ଇଡକୋ ନୂଆ ସିଏମଡି ଭାବେ ଦାୟିତ୍ବ ନେଲେ କ୍ରିଷନ କୁମାର - ଉନ୍ନତିମୂଳକ କାର୍ଯ୍ୟକ୍ରମ

ନୂଆ ସିଏମଡି ଭାବେ ଦାୟିତ୍ବ ନେଲେ କ୍ରିଷନ କୁମାର । ଶିଳ୍ପ ଉଦ୍ୟୋଗୀମାନଙ୍କର ସମସ୍ୟା ଗୁଡିକର ଶୀଘ୍ର ସମାଧାନ କରିବା ନିମନ୍ତେ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଇଡକୋ ନୂଆ ସିଏମଡି ଭାବେ ଦାୟିତ୍ବ ନେଲେ କ୍ରିଷନ କୁମାର
ଇଡକୋ ନୂଆ ସିଏମଡି ଭାବେ ଦାୟିତ୍ବ ନେଲେ କ୍ରିଷନ କୁମାର

By

Published : May 14, 2021, 9:49 PM IST

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡଃ କ୍ରିଷନ କୁମାର ଆଜି ଓଡିଶା ଶିଳ୍ପ ଭିତିଭୂମି ଉନ୍ନୟନ ନିଗମ (ଇଡକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଯୋଗଦେବାର ପ୍ରଥମ ଦିନରେ ସେ ଇଡକୋର ବିଭିନ୍ନ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପର ସମୀକ୍ଷା କରିଥିଲେ ।

ଇଡକୋ ନୂଆ ସିଏମଡି ଭାବେ ଦାୟିତ୍ବ ନେଲେ କ୍ରିଷନ କୁମାର

ରାଜ୍ୟ ସରକାରଙ୍କ ' ୫ - ଟି ' ଆଭିମୁଖ୍ୟ ଆଧାରରେ ଆକ୍ସନ ପ୍ଲାନ ଉପରେ ଗୁରୁତ୍ବ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ ଗୋଟି ଏମଏସଏମଇ ପାର୍କ ଏବଂ ଇଡକୋ ଟାୱାର ପ୍ରତିଷ୍ଠା ନିମନ୍ତେ ତ୍ବରିତ ପଦକ୍ଷେପ ନେବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପଶ୍ଚିମ ଓଡିଶାରେ ବିଜୁ ଏକ୍ସପ୍ରେସ ୱେ କରିଡର ନିକଟରେ ଏମଏସଏମଇ ପାର୍କ ଗଠନ ନିମନ୍ତେ ସେ ଆଲୋଚନା କରିଛନ୍ତି । ତା ସହ ଭୂମି ଆବଣ୍ଟନର ପରବର୍ତ୍ତୀ ସେବା ପ୍ରଦାନର ପ୍ରକ୍ରିୟାକୁ ସୂଚନା ପ୍ରଯୁକ୍ତି ବିଦ୍ୟାରେ ଯୋଡିବାକୁ ସେ ପରାମର୍ଶ ଦେଇଛନ୍ତି ।



ଶିଳ୍ପ ଉଦ୍ୟୋଗୀ ମାନଙ୍କର ବିଭିନ୍ନ ଅସୁବିଧା ଗୁଡିକର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଡେରାସ ସି - ଫୁଡ ପାର୍କ, ପାରାଦୀପର ପ୍ଲାଷ୍ଟିକ ପାର୍କ, ଅନୁଗୋଳର ଆଲୁମିନିୟମ ପାର୍କ, ଭଦ୍ରକର ଟେକ୍ସଟାଇଲ୍ ପାର୍କ, ଇନଫୋଭ୍ୟାଲି ଫୁଡ ପାର୍କର ଉନ୍ନତି କରଣ ଏବଂ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।



ସେହିପରି ଶିଳ୍ପାନୁଷ୍ଠାନ ମାନଙ୍କୁ ପ୍ରଦାନ କରାଯାଉଥିବା ବିଲ୍ଡିଂ ପ୍ଲାନ ଅନୁମୋଦନ ପ୍ରକ୍ରିୟାକୁ ସଶକ୍ତିକରଣ କରିବା ସହ ଚେକ ଲିଷ୍ଟ ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୩ ରୁ ୭ ଦିନ ମଧ୍ୟରେ ଆଶାୟୀ ଶିଳ୍ପଦ୍ୟୋଗୀମାନଙ୍କୁ ଏହା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ୱାନ ଡେ ଗଭର୍ଣ୍ଣାନ୍ସ ବ୍ୟବସ୍ଥାର ପ୍ରଚଳନ କରି ଇଡକୋରେ ଥିବା ବିଭିନ୍ନ ସମସ୍ୟା, ଅସୁବିଧା ଏବଂ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକର ତତକ୍ଷଣାତ ଅନୁମୋଦନ ତଥା ସମାଧାନ କରିବାକୁ ସୂଚନା ଦେଇଛନ୍ତି ।

ଇଡକୋ କର୍ମଚାରୀ ଏବଂ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଥିବା ଅଭିଯୋଗଗୁଡିକ ସିଧାସଳଖ ଇ - ମେଲ୍ ଜରିଆରେ ତାଙ୍କୁ ଜଣାଇବା ଲାଗି ପରାମର୍ଶ ଦେଇଛନ୍ତି । ଯାହାକୁ ସେ ବ୍ୟକ୍ତିଗତ ଭାବରେ ଯାଞ୍ଚ ତଥା ପର୍ଯ୍ୟାଲୋଚନା କରିବେ ।ରାଜ୍ୟରେ ଶିଳ୍ପର ବିକାଶ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା ଦିଗରେ ଆବଶ୍ୟକ ଥିବା ସମସ୍ତ ଜରୁରୀ ପଦକ୍ଷେପ ଗୁଡିକୁ ତ୍ବରାନ୍ବିତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ଇଡକୋର ମୁଖ୍ୟ ସାଧାରଣ ପ୍ରଶାସକ , ମୁଖ୍ୟ ସାଧାରଣ ପରିଚାଳକ (ଅର୍ଥ), ମୁଖ୍ୟ ସାଧାରଣ ପରିଚାଳକ (ଭୂମି), ମୁଖ୍ୟ ସାଧାରଣ ପରିଚାଳକ (ସିଭିଲ), ମୁଖ୍ୟ ସାଧାରଣ ପରିଚାଳକ (ଯୋଜନା ଏବଂ ସମନ୍ବୟ) ଏବଂ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details