ଓଡିଶା

odisha

କୋଟିଆ ପ୍ରସଙ୍ଗ: ଲଢିବାକୁ ଦସ୍ତାବିଜ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର

By

Published : Feb 16, 2021, 11:45 AM IST

କୋଟିଆ ପ୍ରସଙ୍ଗକୁ ନେଇ ଦସ୍ତାବିଜ ପ୍ରସ୍ତୁତ କରୁଛନ୍ତି ରାଜ୍ୟସରକାର । ସୁପ୍ରିମକୋର୍ଟରେ ଆନ୍ଧ୍ର ସହିତ ଲଢିବା ପାଇଁ ସମସ୍ତ ଦସ୍ତାବିଜ ପ୍ରସ୍ତୁତ ରଖିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଅଧିକ ପଢନ୍ତୁ...

କୋଟିଆ ପ୍ରସଙ୍ଗ
କୋଟିଆ ପ୍ରସଙ୍ଗ

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ତତ୍ପରତା ପ୍ରକାଶ କଲେ ରାଜ୍ୟସରକାର । ଆନ୍ଧ୍ର ପ୍ରଦେଶ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ସୁପ୍ରିମକୋର୍ଟରେ ରାଜ୍ୟସରକାର ଅଦାଲତ ଅବମାନନା ମାମଲା ଦାଖଲ କରିଥିବାବେଳେ ଏହାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ହେବ ।

କୋଟିଆ ପ୍ରସଙ୍ଗ

ତେବେ ଏହା ପୂର୍ବରୁ ସମସ୍ତ ଦସ୍ତାବିଜ୍‌ ପ୍ରସ୍ତୁତ ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟର ଅବମାନନା ହୋଇଥିବା ରାଜ୍ୟ ସରକାର ହୃଦବୋଧ କରୁଛନ୍ତି । ତେଣୁ ଆନ୍ଧ୍ରର ଏହି ମନମାନି ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କରିଥିବା ଅଦାଲତ ଅବମାନନା ପ୍ରସଙ୍ଗ ଯେଭଳି ଠିକଣା ଭାବେ ପରିଚାଳନା ହୁଏ, ତାକୁ ଦୃଷ୍ଟିରେ ରଖି ସବୁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୋମବାର ରାଜସ୍ବ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ, ସୁପ୍ରିମକୋର୍ଟରେ ଆସନ୍ତା 19ରେ କୋଟିଆ ପ୍ରସଙ୍ଗରେ ଅଦାଲତ ଅବମାନନାର ପରବର୍ତ୍ତୀ ଶୁଣାଣି ରହିଛି। ତେଣୁ ଏହି ପ୍ରସଙ୍ଗରେ ଆନ୍ଧ୍ର ସରକାର ଯେଉଁ ମନଇଚ୍ଛା କାର୍ଯ୍ୟ କରିଛନ୍ତି ତାହା ବିରୋଧରେ ଦସ୍ତାବିଜ୍ ପ୍ରସ୍ତୁତ କର। କୋଟିଆ ପଞ୍ଚାୟତର ଗଞ୍ଜପଦର, ପାଟୁ ସିନେରି ଏବଂ ଫଗୁଣ ସିନେରୀ ଓଡିଶାର ବୋଲି 1969ରୁ ରେକର୍ଡପତ୍ର ରହିଛି ।

ଏସବୁକୁ ଏକାଠି କରି ସୁପ୍ରିମକୋର୍ଟରେ ମାମଲା ପରିଚାଳନା ଲାଗି ପ୍ରସ୍ତୁତ ହୁଅ। ଏଥିଲାଗି ଆଇନଜୀବୀ (ଏଓଆର)ଙ୍କ ସହିତ ଆସନ୍ତା 17ରେ ଭିଡିଓ କନଫରେନ୍ସିଂ ରହିଛି। ଏଥିରେ ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଇନ ବିଭାଗ ଓ ରାଜସ୍ବ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ରହିବେ । ଏଥିଲାଗି ସବୁପ୍ରକାର ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ରାଜସ୍ବ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଦର୍ଶାଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details