ଓଡିଶା

odisha

By

Published : Apr 16, 2021, 9:11 PM IST

ETV Bharat / city

ଜାଣନ୍ତୁ ନୂଆ ଷ୍ଟ୍ରେନର ନୂଆ ଲକ୍ଷଣ, କାହିଁକି ରହିବେ ଅଧିକ ସତର୍କ ?

କୋରୋନାର ନୂଆ ଷ୍ଟ୍ରେନ ବର୍ତ୍ତମାନ ଭୟାନକ ପରିସ୍ଥିତି ସୃଷ୍ଟି କରୁଛି । ଦ୍ରୁତଗତିରେ ସଂକ୍ରମଣ ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ତେବେ କ'ଣ ରହିଛି ନୂଆ ଷ୍ଟ୍ରେନର ଲକ୍ଷଣ ସେ ସମ୍ପର୍କରେ ଜାଣନ୍ତୁ । ଅଧିକ ପଢନ୍ତୁ...

ଜାଣନ୍ତୁ, ନୂଆ ଷ୍ଟ୍ରେନର ନୂଆ ଲକ୍ଷଣ; କାହିଁକି ଅଧିକ ରହିବେ ସତର୍କ
ଜାଣନ୍ତୁ, ନୂଆ ଷ୍ଟ୍ରେନର ନୂଆ ଲକ୍ଷଣ; କାହିଁକି ଅଧିକ ରହିବେ ସତର୍କ

ଭୁବନେଶ୍ବର: କୋରୋନାର ନୂଆ ଷ୍ଟ୍ରେନ ବର୍ତ୍ତମାନ ଦେଶରେ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି । ଦୈନିକ ସଂକ୍ରମଣ ହାର ହୁ ହୁ ହୋଇ ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସ୍ଥିତି ଏଭଳି ହେଲାଣି କି ହସ୍ପିଟାଲଗୁଡିକରେ ବେଡର ଅଭାବ ସୃଷ୍ଟି ହୋଇଛି ଏବଂ ଶ୍ମଶାନଗାରରେ ମୃତଦେହ ଦାହ ପାଇଁ ଲମ୍ବା ଲାଇନ ଲାଗୁଛି । ତେବେ କ'ଣ ରହିଛି ନୂଆ ଷ୍ଟ୍ରେନର ଲକ୍ଷଣ ଓ କାହିଁକି ଏହା ପ୍ରତି ଅଧିକ ସତର୍କତା ଆବଶ୍ୟକ ଆସନ୍ତୁ ଜାଣିବା...

ଇଂଲଣ୍ଡ ନୂଆ ଷ୍ଟ୍ରେନର ନାମ B117 । ସେହିପରି ଦକ୍ଷିଣଆଫ୍ରିକା ଷ୍ଟ୍ରେନ B1351, ବ୍ରାଜିଲ ଷ୍ଟ୍ରେନ P1 ରହିଛି । ଏହାବାଦ୍ B1427 ବି ଆସୁଛି । ତେବେ ଭାରତରେ B1167 ଦ୍ବିଗୁଣ ବିବର୍ତ୍ତିତ ରୂପ ବି ମିଳୁଛି ।

କୋରୋନାର ନୂଆ ଷ୍ଟ୍ରେନ:

. ଆମେ ଜାଣୁ ଯେ ଭୂତାଣୁଟିଏ ଏକ ନିର୍ଦ୍ଧିଷ୍ଟ ଢାଞ୍ଚାରେ ଜଞ୍ଜିର ଭଳି ଖଞ୍ଜି ହୋଇଥିବା କେତେକ ପ୍ରୋଟିନ ଖଣ୍ଡର ସମାହାର ।

. ଜୀବାଣୁ ପରି ଏହା ଏକ ପୂର୍ଣ୍ଣାଙ୍ଗ ଜୀବ ନୁହେଁ ।

. ଏହା ଏକ ଛାଞ୍ଚ ଭଳି କାମ କରି ମଣିଷ କିମ୍ବା ଅନ୍ୟ ଜୀବର ଜୀବକୋଷରେ ହେଉଥିବା ପ୍ରୋଟିନ ତିଆରି କାରଖାନାକୁ ଗୋଳମାଳିଆ କରିଦିଏ ଏବଂ ନିଜ ଭଳି ପ୍ରୋଟିନ ତିଆରି କରିବାକନୁ ବାଧ୍ୟ କରେ ।

. ତେଣୁ ଆମର ଜୀବକୋଷ ନଷ୍ଟ ହୋଇ ଅଙ୍ଗପ୍ରତ୍ୟଙ୍ଗ ସବୁ ଅକାମୀ ହେବାକୁ ଲାଗେ ।

. ଭୂତାଣୁକୁ ମାରିବାକୁ ଔଷଧ କିମ୍ବା ଟିକା ଏପରି ତିଆରି କରାଯାଏ, ଯେପରି ତାଲା ପାଇଁ ଠିକ ଖାପ ଖାଉଥିବା ଚାବି ।

. ଯେତେବେଳେ ଭୂତାଣୁ କୌଣସ ପ୍ରତିକୂଳ ପରିବେଶ ମଧ୍ୟରେ ପଡିଯାଏ, ସେତେବେଳେ ନିଜକୁ ରକ୍ଷା କରିବାକୁ ରୂପ ବଦଳାଏ । ଆଉ ଏବେ କୋରୋନା ତାହା ହିଁ କରୁଛି ।

ନୂଆ ଷ୍ଟ୍ରେନର ନୂଆ ଲକ୍ଷଣ:

. ଦେହ ହାତ ଅବଶ ଲାଗିବା

. ଭୋକ ନ ହେବା

. ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା

. ପତଳା ଝାଡା, ଦିନକୁ ପ୍ରାୟ 4-5 ଥର ହେବା

. ଚର୍ମ ରୋଗ ନୂଆ କରି ଦେଖାଦେବା, ଚର୍ମ କୁଣ୍ଡାଇ ହୋଇ ଲାଲ କିମ୍ବା ନୀଳ ପଡିବା

. ଗଳ ଦରଜ ହେବା, ନାକ ଚୁଣ୍ଟି ହେବା

. ସାମାନ୍ୟ କାଶ ହେବା ସହ ଛାତିରେ ସାମାନ୍ୟ ଯନ୍ତ୍ରଣା ହେବା

କାହିଁକି ନୂଆ ଷ୍ଟ୍ରେନର କୋରୋନା ପ୍ରତି ଅଧିକ ସତର୍କତା ଆବଶ୍ୟକ:

. କୋରୋନାର ଏହି ନୂଆ ପ୍ରଜାତି ଅଧିକ ସଂକ୍ରାମକ ।

. ଏହା ଶୁଖିଲା ବସ୍ତୁ ଉପରେ ପ୍ରାୟ 8 ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ ।

. ପୂର୍ବ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ ।

. କେତେକ ନୂଆ ପ୍ରଜାତି ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ଓ ନିୟନ୍ତ୍ରଣ କରିବା କଷ୍ଟ ।

. ଆମ ଦେଶରେ ମଧ୍ୟ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ କୋରୋନା ଭୂତାଣୁ ପ୍ରଜାତି ଚିହ୍ନଟ ହୋଇ ସାରିଲେଣି ।

ମୋଟାମୋଟି ଭାବେ ବିବିଧ ବିବର୍ତ୍ତିତ ରୂପକୁ ଟିକା ପ୍ରତିରୋଧ କରିବାକ ସକ୍ଷମ । ଯଦିଓ ବ୍ରାଜିଲ ଷ୍ଟ୍ରେନ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନରେ ଟିକାର ସୁରକ୍ଷା କ୍ଷମତା କମ୍ ହୋଇପାରେ, କିନ୍ତୁ ଟିକାର ପ୍ରତିରୋଧଜନିତ ଲାଭ ସୁନିଶ୍ଚିତ । ପ୍ରାୟ ଟିକାର ଦ୍ବିତୀୟ ମାତ୍ରା ସରିବାର 15 ଦିନ ପରେ ସାଧ୍ୟମତେ ସୁରକ୍ଷା ଦେଇଥାଏ । ତା' ପୂର୍ବରୁ ସଂକ୍ରମଣ ସହଜ ।

ଫାଇଜର ଓ ମଡର୍ଣ୍ଣା ଟିକାର ଦ୍ବିତୀୟ ଡୋଜ ନେବାର 14 ଦିନ ପରେ ସଂକ୍ରମଣର ଆଶଙ୍କା ବହୁତ କମ୍ ବା ମାତ୍ର 1 ପ୍ରତିଶତ ଅଟେ । ଇମ୍ୟୁନିଟି ମଧ୍ୟ ଆଜୀବନ ନୁହେଁ । ବର୍ଷେ ପରେ ବୁଷ୍ଟର ଲାଗିପାରେ ।

କୋଭିଶିଲ୍ଡ ଓ କୋଭାକ୍ସିନର ଦ୍ବିତୀୟ ଡୋଜ ପରେ ପୁନଃ ସଂକ୍ରମଣ ଗ୍ରହଣୀୟ । ତେବେ କାହିଁକି, ଜାଣନ୍ତୁ...

ପୁନଃ ସଂକ୍ରମଣର କାରଣ

. ବ୍ୟକ୍ତିଗତ ଜେନେଟିକ ମେକଅପ୍

. ଇମୁନୋସପ୍ରେସିଭ ଥେରାପି

. ବୟସ

. ଟିକାର ତ୍ରୁଟିପୂର୍ଣ୍ଣ ପରିବହନ, ବ୍ୟବହାର

ଯେହେତୁ ଅଧିକ ଆଶଙ୍କ ସମ୍ପନ୍ନ ଲୋକ ଅଧିକ ଟିକା ନେଉଛନ୍ତି, ତେଣୁ ପୁନଃସଂକ୍ରମଣ ଏଠାରେ ଦେଖାଦେବା ସ୍ବାଭାବିକ । କିନ୍ତୁ ତାହା ଜଟିଳ ମାରାତ୍ମକ ନୁହେଁ ।

ସୌଜନ୍ୟ@ drgynaec

ABOUT THE AUTHOR

...view details