ଓଡିଶା

odisha

ETV Bharat / city

କାହିଁକି ଅନ୍ୟ ସହର ଅପେକ୍ଷା ଭୁବନେଶ୍ବରରେ ଘର ଶସ୍ତା? ଜାଣନ୍ତୁ.. - କାହିଁକି ଅନ୍ୟ ସହର ଅପେକ୍ଷା ଭୁବନେଶ୍ବରରେ ଘର ଶସ୍ତା , ଜାଣନ୍ତୁ..

ଦେଶର ପ୍ରମୁଖ 13ଟି ସହର ମଧ୍ୟରୁ ଘର କିଣା ଲିଷ୍ଟରେ ଆଗରେ ଭୁବନେଶ୍ବରର । ମଧ୍ୟମ ବର୍ଗର ଲୋକଙ୍କ ଆୟକୁ ନେଇ ଆରବିଆଇ ପକ୍ଷରୁ ହୋଇଥିବା ସର୍ଭେ ମୁତାବକ ଭୁବନେଶ୍ବର ସୁଲଭ ଓ ମହଙ୍ଗା ମୁମ୍ବାଇ ରହିଛି । ରାଜ୍ୟ ପାଇଁ ଏହା କେତେ ଲାଭଦାୟକ, ଜାଣନ୍ତୁ...

ଡିଜାଇନ ଫଟୋ

By

Published : Jul 18, 2019, 6:34 PM IST

ଭୁବନେଶ୍ବର: ଘରକ୍ରେତାଙ୍କ ପାଇଁ ଭୁବନେଶ୍ବର ସୁଲଭ ସହର। ଆଉ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସବୁଠୁ ମହଙ୍ଗା ସହର ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ମଧ୍ୟମ ବର୍ଗର ମାସିକ ଆୟକୁ ଦେଖିବାକୁ ଗଲେ ଦେଶର ପ୍ରମୁଖ ସହର ଅପେକ୍ଷା ଭୁବନେଶ୍ବରରେ ଘର କିଣିବା ଶସ୍ତା ଓ ସୁଲଭ । ତେବେ ଏ ନେଇ କଣ କହୁଛନ୍ତି ଅର୍ଥନୈତିକ ବିଶେଷଜ୍ଞ , ଜାଣନ୍ତୁ ..

ଗତ ଗୁରୁବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରେସିଡେନ୍ସିଆଲ ଆସେଟ ପ୍ରାଇସ ମନିଟରିଂ ସର୍ଭେରେ କୁହାଯାଇଛି ଯେ, ଭାରତରେ ସରକାର ସୁଲଭ ଗୃହ ନିର୍ମାଣ ଉପରେ ବିଗତ କିଛି ବର୍ଷ ଧରି ଗୁରୁତ୍ୱ ଦେଉଥିବା ସତ୍ତ୍ୱେ ଦେଶରେ ଘରଗୁଡିକ ମହଙ୍ଗା ହୋଇଚାଲିଛି । ଯାହା ଫଳରେ ଘର ବିଗତ 4 ବର୍ଷ ଧରି ଘର କ୍ରୟ କ୍ଷମତା କମିବାରେ ଲାଗୁଛି ।

ତେବେ ଏଥିଯୋଗୁଁ ଆଗାମୀ ଦିନରେ ଅଧିକରୁ ଅଧିକ ନିବେଶ ସୃଷ୍ଟି ହେବ । ରିଏଲଇଷ୍ଟେଟ ବ୍ୟବସାୟ ସମ୍ପ୍ରସାରିତ ହେବ । ଯାହାକି ରାଜ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଭଲ ସଂକେତ ବୋଲି କ୍ରେଡାଇର ଚେୟାରମ୍ୟାନ ଡି.ଏସ ତ୍ରପାଠୀ କହିଛନ୍ତି । 2015ରେ ରାଜ୍ୟରେ ମାଇନିଂ ବ୍ୟବସାୟ ଓ ଅନ୍ୟାନ ଆର୍ଥିକ ଉତ୍ସରୁ ବହୁ ଟଙ୍କା ଆସୁଥିଲା । ଫଳରେ ରିୟଲିଇଷ୍ଟେଟରେ ବିତ୍ତୀୟ ପ୍ରବାହ ଭଲ ରହିଥିଲା । ଚାହିଦା ଅଧିକ ଯୋଗୁଁ ଦର ମଧ୍ୟ ବଢୁଥିଲା । କିନ୍ତୁ କ୍ରମାଗତ ଏଥିରେ ମାନ୍ଦାବସ୍ଥା ଦେଖାଦେଲା । ଏହା ସହ ବିମୁଦ୍ରିକରଣ ଓ ଜିଏସଟି ଆଦି ଆସିବା ପରେ ମଧ୍ୟ ଘର ଏବଂ ଜମି ଏହାର ପ୍ରଭାବ ପଡିଛି । ଯେଉଁଥିପାଇଁ ଦର ହ୍ରାସ ପାଇଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଏ ନେଇ ଅର୍ଥନୈତିକ ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି ଯେ, ଏହି ସର୍ଭେ ହାଉଙ୍ଗି ସେକ୍ଟରର ଗୁଣବତ୍ତାକୁ ଦର୍ଶାଉଛି । ଦେଶର ୧୩ଟି ସହରକୁ ନେଇ ହୋଇଥିବା ଏହି ସର୍ଭେରେ ଭୁବନେଶ୍ୱର ଘର କିଣାରେ ସବୁଠୁ ଶସ୍ତା ନେଇ ଶୀର୍ଷରେ ରହିଛି । ଯାହାକି ଭଲ ସୂଚନା । ଏହା ସହ ଆୟକରଦାତା ବି ବୃଦ୍ଧି ପାଇଛନ୍ତି । ଯେଉଁଥିପାଇଁ ଭୁବନେଶ୍ୱରରେ ଲୋନ୍ ରିକଭରି ମଧ୍ୟ ବେଶ ଭଲ ପ୍ରଦର୍ଶନ ରହିଛି । ସେଥିପାଇଁ ତ ଗୃହଋଣ କ୍ଷେତ୍ରରେ ମଧ୍ୟ ରାଜଧାନୀର ସୂଚାକାଙ୍କ ଭଲ ରହିଛି । ଏସବୁ ପାଇଁ ଭୁବନେଶ୍ବର ଗୃହ ନିର୍ମାଣ ଓ କିଣିବା ସୁଲଭ ଭଲ ବୋଲି ସେ ମତ ଦେଇଛନ୍ତି।


ଭୁବବନେଶ୍ବରରୁ ତପନ ଦାନ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details