ଓଡିଶା

odisha

ETV Bharat / city

ରାବଣ ପୋଡି: କଟକଣା ଜାରି କଲା କମିଶନରେଟ ପୋଲିସ - ରାଜଧାନୀରେ ରାବଣ ପୋଡି

ରାଜଧାନୀର 4ଟି ସ୍ଥାନରେ ଅନୁଷ୍ଠିତ ହେଉଛି ରାବଣ ପୋଡି । ବରମୁଣ୍ଡା, ଝାରପଡା, ନୟାପଲ୍ଲୀ ଓ ନହରକଣ୍ଟାରେ ଏହି ଆୟୋଜନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 8, 2019, 7:19 PM IST

ଭୁବନେଶ୍ବର: ରାଜଧାନୀର 4ଟି ସ୍ଥାନରେ ଅନୁଷ୍ଠିତ ହେଉଛି ରାବଣ ପୋଡି । ବରମୁଣ୍ଡା, ଝାରପଡା, ନୟାପଲ୍ଲୀ ଓ ନହରକଣ୍ଟାରେ ଏହି ଆୟୋଜନ କରାଯାଉଛି । ହେଲେ କେବଳ 2ଟି ସ୍ଥାନ ଯଥା ବରମୁଣ୍ଡା ଓ ଝାରପଡାରେ ଆତସବାଜି ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏନେଇ କମିଶନରେଟ ପୋଲିସ କରିଛି ବ୍ୟାପକ ପ୍ରସ୍ତୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି ରାବଣ ପୋଡି ସମୟରେ ଗହଳି ଚହଳିକୁ ଦୃଷ୍ଟିରେ ରଖି ବିଶେଷ ବ୍ୟବସ୍ଥାମାନ କରାଯାଇଛି । ଏଥିପାଇଁ ନୟାପଲ୍ଲୀ ଓ ବରମୁଣ୍ଡା ହାଇୱେ ନିକଟରେ କଟକ ଭୁବନେଶ୍ବର ଗାଡି ଚଳାଚଳ ପାଇଁ ଜାରି ହୋଇଛି ସ୍ବତନ୍ତ୍ର ଆଡଭାଇଜରି । କଟକ ପଟୁ ଆସୁଥିବା ଗାଡି ଜୟଦେବ ବିହାରରୁ ବାମକୁ ଯାଇ ବେହେରା ସାହି ଦେଇ ସିଆରପିକୁ ବାହାରିବେ ।

ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ଗାଡି କୋଳଥିଆ ଛକଠାରୁ କଳିଙ୍ଗ ଷ୍ଟୁଡିଓ ଦେଇ ଚନ୍ଦକା ହୋଇ ବାରଙ୍ଗ ପଟେ କଟକ ଯିବେ । ଏଥିସହ ସହର ଭିତରେ ଯିବା ଆସିବା ପାଇଁ ଭିଡ ଦେଖି ରାସ୍ତା ଉପରେ ଗାଡି ଓ ବାଇକ ନରଖି ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବେ । ଏନେଇ ଜନସାଧାରଣଙ୍କୁ ପୋଲିସ ସହ ସହଯୋଗ ପାଇଁ ନିବେଦନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details