ଓଡିଶା

odisha

By

Published : Jun 11, 2020, 6:40 PM IST

Updated : Jun 11, 2020, 10:45 PM IST

ETV Bharat / city

ଜାଣନ୍ତୁ ରଜ ପାଳିବା ପାଇଁ କଣ ରହିଛି ରାଜ୍ୟ ସରକାରଙ୍କ ନିୟମ...

କୋରୋନା ସଙ୍କଟ ମଧ୍ୟରେ ସଂକ୍ରମଣରୁ ନିଜକୁ ଦୂରେଇ ରଖି ରଜ ପର୍ବ କିପରି ପାଳନ କରିବେ, ଏନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଅଧିକ ପଢନ୍ତୁ...

ଜାଣନ୍ତୁ ରଜ ପାଳିବା ପାଇଁ କଣ ରହିଛି ରାଜ୍ୟ ସରକାରଙ୍କ ନିୟମ...
ଜାଣନ୍ତୁ ରଜ ପାଳିବା ପାଇଁ କଣ ରହିଛି ରାଜ୍ୟ ସରକାରଙ୍କ ନିୟମ...

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆସୁଛି ରଜ ପର୍ବ । ହେଲେ ଏହି ସମୟରେ ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନାର ସଂକ୍ରମଣ । ତେବେ କୋରୋନା ସଙ୍କଟ ମଧ୍ୟରେ ସଂକ୍ରମଣରୁ ନିଜକୁ ଦୂରେଇ ରଖି ରଜ ପର୍ବ କିପରି ପାଳନ କରିବେ, ଏନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଜାଣନ୍ତୁ ରଜ ପାଳିବା ପାଇଁ କଣ ରହିଛି ରାଜ୍ୟ ସରକାରଙ୍କ ନିୟମ...
ବାଗଚୀ କହିଛନ୍ତି ଯେ ରଜ ଆସିଲେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ଦେଖାଯାଇଥାଏ । ସବୁଠି ଭିଡ ଲାଗିରହିଥାଏ । ତେବେ ଚଳିତ ବର୍ଷ ରଜ ପାଇଁ ସାବଧାନତାର ସହ ପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା କହିଛନ୍ତି ବାଗଚୀ। ସେ କହିଛନ୍ତି ଦେଖାଯାଏ ରଜ ଆସିଲେ ସହରରେ ରହିଥିବା ବିଭିନ୍ନ ଦୋକାନରେ ଅହେତୁକ ଭିଡ଼ ଲାଗିରହିଥାଏ । ଏହି କୋରୋନା ସମୟରେ ଦୋକାନୀ ମାନେ ନିୟମ ପାଳନ କରିବା ଉଚିତ।

ଦୋକାନୀଙ୍କ ଦାୟିତ୍ୱ

  1. ଦୋକାନୀ ମାନେ ନିଜେ ମାସ୍କ ପିନ୍ଧିବେ
  2. ମାସ୍କ ଓହ୍ଲାଇ କଥାବାର୍ତା କରିବେ ନାହିଁ
  3. ବିନା ମାସ୍କରେ ଗ୍ରାହକଙ୍କୁ ଭିତରକୁ ପ୍ରବେଶ କରାଯିବ ନାହିଁ
  4. ଗ୍ରାହକଙ୍କ ହାତ ସାନିଟାଇଜ କରିବେ
  5. ନଗଦ ଟଙ୍କା କାରବାର ନକରି ଡିଜିଟାଲ କୁ ଆପଣାନ୍ତୁ
  6. ନିଜେ ଦୋକାନୀ ଗ୍ଲୋବସ ପିନ୍ଧି ଗ୍ରାହକଙ୍କୁ ଜିନିଷ ଦେଖାଇବେ

ଗ୍ରାହକଙ୍କ ଦାୟିତ୍ୱ

  1. ଦୋକାନ ବାହାରେ 6 ଫୁଟର ସାମାଜିକ ଦୂରତା ରଖନ୍ତୁ
  2. ଯେଉଁ ଦୋକାନରେ ଭିଡ଼ ରହିଥିବ ସେଠାକୁ ଯାଆନ୍ତୁ ନାହିଁ
  3. ଦୋକାନ ଭିତରକୁ ଯିବା ପରେ ଅଧିକ ଜିନିଷକୁ ଘାଣ୍ଟନ୍ତୁ ନାହିଁ
  4. ପରିବାର ପିଛା ଜଣେ ଯାଆନ୍ତୁ, ଅନ୍ୟାନ୍ୟ ସଦସ୍ୟ ନଯିବା ପାଇଁ ଅନୁରୋଧ କରାଇଛନ୍ତି ସରକାର। ସାରା ପରିବାର ଯିବାର କୌଣସି ଆବଶ୍ୟକତା ନାହିଁ
  5. ଦୋକାନରୁ କିଣି ଆଣିଥିବା ଜିନିଷକୁ ଘରେ ଘାଣ୍ଟନ୍ତୁ ନାହିଁ
  6. ଭିଡ ରୁ ରକ୍ଷା ପାଇବା ପାଇଁ ଯଥା ସମ୍ଭବ ଫାଙ୍କା ସମୟରେ ସାମଗ୍ରୀ କ୍ରୟ କରିବା ପାଇଁ ଯୋଜନା କରନ୍ତୁ
  7. ରଜ ଉପଲକ୍ଷେ ସରକାର ଆସନ୍ତା କାଲି ଲାକଡାଉନ କୋହଳ କରିଛନ୍ତି। ରାତି 10 ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ଦୋକାନ। ସମୟ ବାହାର କରି ସମସ୍ତ ରଜ ସାମଗ୍ରୀ କ୍ରୟ କରନ୍ତୁ ଦୋକାନରେ କୌଣସି ପ୍ରକାରର ଭିଡ଼ କରନ୍ତୁ ନାହିଁ
  8. ତେବେ ରଜ ପାଇଁ ସମସ୍ତେ ବ୍ୟସ୍ତ ରହିଲେ ମଧ୍ୟ ଯେଉଁ ଦୋକାନି ନିୟମକୁ ଅବମାନନା କରନ୍ତି ସେହି ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କର ଦୋକାନ ଭିଡ ରହିଥିଲେ ଫୋଟୋ ଉଠାଯିବ। ଏବଂ ପୋଲିସ ସାହାଯ୍ୟରେ କାର୍ଯ୍ୟାନୁଷ୍ଠାନ କରାଯିବ

ଚଳିତ ବର୍ଷ କରୋନା କୁ ଦୃଷ୍ଟିରେ ରଖି କିପରି ପାଳନ କରିବେ ରଜ ପର୍ବ

ରଜ ସମୟରେ ଗାଁ ମାନଙ୍କରେ ତାସ ଖେଳ ଓ ପାନ ଖିଆ ଲାଗିରହିଥାଏ । କୋରୋନାକୁ ଦୃଷ୍ଟିରେ ରଖି ଗାଁ ଦାଣ୍ଡରେ ତାସ ଖେଳନ୍ତୁ ନାହିଁ । ଏବର୍ଷ ରଜ ସମୟରେ ସାଙ୍ଗମାନଙ୍କ ସହ ବୁଲନ୍ତୁ ନାହିଁ । ରଜ ଦୋଳି ଖେଳିବା ସମୟରେ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ ଓ ବାହାର ପିଲାଙ୍କୁ ଦୋଳି ଖେଳିବାକୁ ଦିଅନ୍ତୁ ନାହିଁ। ସେହିପରି କୋରୋନା ସମୟରେ ଏପରି କରିବାର ଉଦ୍ଦେଶ୍ୟ ସାବଧାନତା ଓ ନିଜର ସଚେତନତା । ରଜ ହେଉଛି ଓଡ଼ିଆ ମା' ଓ ଭଉଣୀଙ୍କର । ତେବେ ସେମାନେ ଏହି ନୀତିନିୟମରେ ରହି ରଜ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ବାଗଚୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 11, 2020, 10:45 PM IST

ABOUT THE AUTHOR

...view details