Vegetable Price Today: ପକେଟକୁ ବାଧୁଛି ପରିବା ଦର, ଜାଣନ୍ତୁ କେଉଁଠି କେତେ ? - ଆଜିର ପରିବା ଦର
ପରିବା ବଜାରରେ ତାତି । ପକେଟକୁ ବାଧୁଛି ପରିବା ଦର । ମଧ୍ୟବିତ୍ତଙ୍କଠୁ ଗରିବ ସମସ୍ତଙ୍କୁ ଟେନସେନ ଦେଉଛି ପରିବା ଦରଦାମ । ରୋଷେଇ ଘର ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଜାଣନ୍ତୁ ଆଜି ପରିବା ଦର କେଉଁଠି କେତେ ରହିଛି । ଅଧିକ ପଢନ୍ତୁ
ଭୁବନେଶ୍ବର: ବଜାରରେ ଆକାଶ ଛୁଆଁ ହୋଇଛି ଦରଦାମ । ପେଟ୍ରୋଲ ଡିଜେଲଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବଢିଛି । ଏଥିରୁ କିପରି ବା ବାଦ୍ ପଡିବ ପନିପରିବା । ପରିବା ଦର ଏବେ ଗ୍ରାହକଙ୍କ ପକେଟ ଜାଳୁଛି । ପରିବା ଦର ଦେଖି ଗ୍ରାହକ ୧ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଏପରି ଥିବା ବେଳେ ଗରିବ ଶ୍ରେଣୀଙ୍କ କଥା ନ କହିବା ଭଲ । ଅହେତୁକ ଦର ବୃଦ୍ଧି ସେମାନଙ୍କୁ ଅସ୍ତବ୍ୟସ୍ତ କରିଛି । ଆଗରୁ ଯେଉଁ ସାପ୍ତାହିକ ହାଟରେ ଗ୍ରାହକଙ୍କ ଭିଡ଼ ଜମୁଥିଲା ଏବେ ତାହା ହୋଇଛି ଖାଁ ଖାଁ । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଛି । ସେପଟେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ରୋଷେଇ ଘର ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?