ଓଡିଶା

odisha

ETV Bharat / city

ଆଜି ଧନତେରସ, ସୁନା କିଣିଲେ ଘରକୁ ଆସେ ସମୃଦ୍ଧି - diwali

ଆଜି ଧନତେରସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟେୀଦଶୀ ତିଥିରେ ଭଗବାନ ଧନ୍ବନ୍ତରୀଙ୍କ ଜନ୍ମ ହୋଇଥିଲା । ସେହି ଦିନ ଧନତେରସ ବା ଧନ ତ୍ରୟୋଦଶୀ ନାମରେ ପରିଚିତ । ଅଧିକ ପଢନ୍ତୁ...

ଆଜି ଧନତେରସ
ଆଜି ଧନତେରସ

By

Published : Nov 2, 2021, 10:29 AM IST

ଭୁବନେଶ୍ବର:ଆଜି ଧନତେରସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟେୀଦଶୀ ତିଥିରେ ଭଗବାନ ଧନ୍ବନ୍ତରୀଙ୍କ ଜନ୍ମ ହୋଇଥିଲା । ସେହି ଦିନ ଧନତେରସ ବା ଧନ ତ୍ରୟୋଦଶୀ ନାମରେ ପରିଚିତ । ଧନତେରସକୁ ଦୀପାବଳି ପର୍ବ ଆରମ୍ଭ ପ୍ରତୀକ ବୋଲି କୁହାଯାଏ ।

ଦୀପାବଳିର ଦୁଇଦିନ ପୂ୍ର୍ବରୁ ଧନତେରସ ପାଲନ କରାଯାଏ । ଏହିଦିନ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଘରେ ଧନ୍ୟଧାନ୍ୟ ଭର୍ତ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଦିନ ଭଗବାନ ଧନ୍ବନ୍ତରୀ ହାତରେ ଅମୃତ କଳସ ଧରି ପ୍ରକଟ ହୋଇଥିଲେ । ଚିକିତ୍ସା ବିଜ୍ଞାନର ବିସ୍ତାର ଓ ପ୍ରସାର ନିମିତ୍ତ ଭଗବାନ ବିଷ୍ଣୁ ଧନ୍ବନ୍ତରୀଙ୍କ ରୂପ ଧାରଣ କରିଥିଲେ । ଭଗବାନ ଧନ୍ବନ୍ତରୀଙ୍କ ଅବିର୍ଭାବ ପାଇଁ ଧନତେରସ ପର୍ବ ପାଳନ କରାଯାଏ ।

ଏହି ଦିନ କିଛି ନା କିଛି ସୁନା, ରୁପାର ଆଭୂଷଣ ଓ ବାସନ କ୍ରୟ କରିବା ଶୁଭ ହୋଇଥାଏ । ଆଜି ଦିନରେ ସୁନା ଦୋକାନରେ ଲୋକଙ୍କ ଭିଡ ଲାଗିଥାଏ । ସାମର୍ଥ୍ୟ ଅନୁଯାୟୀ ଲୋକି ବିଭିନ୍ନ ଜିନିଷ କିଣିଥାନ୍ତି । ଧନତେରସକୁ ଭାରତ ସରକାର ଜାତୀୟ ଆୟୁର୍ବେଦ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details