ଭୁବନେଶ୍ବର:ହାଇସ୍କୁଲରେ ଖାଲି ପଡିଛି କ୍ରୀଡା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ । ତୁରନ୍ତ ବିଜ୍ଞାପନ ପ୍ରକାଶ କରି ନିଯୁକ୍ତି ଦେବାକୁ ଦାବି ହୋଇଛି । ଏନେଇ ରାଜରାସ୍ତାରେ ଆଣ୍ଠେଇ କାନ ଧରି ଧାରଣା ଦେଇଛନ୍ତି ଅଣ ନିଯୁକ୍ତ ଶିକ୍ଷକ ସଂଘ ।
ଖାଲି ପଡିଛି କ୍ରୀଡା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ 7 ବର୍ଷ ଧରି ଖାଲି ପଡିଥିବା ହିନ୍ଦୀ ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦକ ପୂରଣ ପାଇଁ ଆସନ୍ତା 20 ତାରିଖ ସୁଧା ବିଜ୍ଞାପନ ପ୍ରକାଶ କରାଯାଉ । ଏସଏସପିଇଟି ପାସ ଅଣ ନିଯୁକ୍ତ ହିନ୍ଦୀ କ୍ରୀଡା ଓ ସଂସ୍କୃତ ସଂଘ କହିଛନ୍ତି ଯେ 2014 ମସିହାରୁ ଦୀର୍ଘ 7 ବର୍ଷ ହେଲା 125 ଦିନ ଧାରଣା ଏବଂ 17 ଦିନ ଆମରଣ ଅନଶନ କରାଯାଇଛି । ହେଲେ କେହି ଶୁଣିବାକୁ ନାରାଜ ।
ଦୁଃଖ କଷ୍ଟ ମାନସିକ ଅଶାନ୍ତି ମଧ୍ୟରେ ଅହରାତ୍ର ପ୍ରତୀକ୍ଷା ପରେ ବିଭାଗ 4445 ହିନ୍ଦୀ ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅର୍ଥ ମଞ୍ଜୁର କଲେ। ତାହା ସହିତ ଆସନ୍ତା 4 ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରି ନୂତନ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଆଶ୍ବସନା ଦେଲେ । ହେଲେ 7 ମାସ ବିତି ଯାଇଥିଲେ ମଧ୍ୟ କୌଣସି ବିଜ୍ଞାପନ ପ୍ରକାଶ ହୋଇନାହିଁ ।
ତେବେ ଏନେଇ ଦାବି କରି ଅଣ ନିଯୁକ୍ତି ଶିକ୍ଷକ ସଂଘ କହିଛନ୍ତି ଯେ ଏହି ପଦବୀ ପାଇଁ ଆସନ୍ତା 20 ତାରିଖ ସୁଧା ବିଜ୍ଞାପନ ପ୍ରକାଶିତ କରାଯାଉ । ଏହା ସହ ସଂରକ୍ଷଣ ସିଟ ଗୁଡିକ ଖାଲି ପଡିଲେ କିମ୍ବା ଅପୂରଣ ହେଲେ ତାହାକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କରାଯାଉ ବୋଲି କହିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଙ୍ଘ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ