ଓଡିଶା

odisha

ନି ଷ୍ଟ୍ରାଇକରେ ଓଡିଆ ପୁଅ ସଚିନଙ୍କ ନିଶା, ଭାଙ୍ଗିଲେ ପାକିସ୍ତାନୀଙ୍କ ରେକର୍ଡ

By

Published : Jan 31, 2022, 1:16 PM IST

ନି ଷ୍ଟ୍ରାଇକରେ ଆଉ ଏକ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି ନୂଆପଡା ଜିଲ୍ଲା ପୁଅ ସଚିନ ବେହେରା । ୩ ମିନିଟରେ 204 ଥର ନି ଷ୍ଟ୍ରାଇକ ମାରି ନି ଷ୍ଟ୍ରାଇକର ଭାବରେ ପରିଚିତ ସଚିନ ବେହେରା ଏକ ନୂଆ ରେକର୍ଡ ସୃଷ୍ଟି କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି । ଅଧିକ ପଢନ୍ତୁ

ନି ଷ୍ଟ୍ରାଇକରେ ଓଡିଆ ପୁଅ ସଚିନଙ୍କ ନିଶା
ନି ଷ୍ଟ୍ରାଇକରେ ଓଡିଆ ପୁଅ ସଚିନଙ୍କ ନିଶା

ଭୁବନେଶ୍ବର: ନି ଷ୍ଟ୍ରାଇକରେ ଆଉ ଏକ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି ନୂଆପଡା ଜିଲ୍ଲା ପୁଅ ସଚିନ ବେହେରା । ୩ ମିନିଟରେ 204 ଥର ନି ଷ୍ଟ୍ରାଇକ ମାରି ନି ଷ୍ଟ୍ରାଇକର ଭାବରେ ପରିଚିତ ସଚିନ ବେହେରା ଏକ ନୂଆ ରେକର୍ଡ ସୃଷ୍ଟି କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି । ଏହା ସହିତ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ନି ଷ୍ଟ୍ରାଇକରେ ଓଡିଆ ପୁଅ ସଚିନଙ୍କ ନିଶା

ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦ ୩ ମିନିଟରେ 178 ନି ଷ୍ଟ୍ରାଇକ କରିଥିଲେ । ମାତ୍ର ସଚିନ ୩ ମିନଟରେ 204 ଥର ନି ଷ୍ଟ୍ରାଇକ ମାରି ରେକର୍ଡ ସୃଷ୍ଟି କରିଛନ୍ତି । ରବିବାର ବୁଦ୍ଧମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଡ଼ରେ ୫କେଜି ଓଜନ ବାନ୍ଧି ତିନି ମିନଟରେ ସର୍ବାଧିକ ଆଣ୍ଠୁ ପ୍ରାଘାତ କରିଛନ୍ତି ସଚିନ । ଖୁବ ଶୀଘ୍ର ଏହି ରେକର୍ଡର ସମସ୍ତ ତଥ୍ୟ ଓ ଆବଶ୍ୟକୀୟ ସୂଚନା ଗିନିଜ ବିଶ୍ବ ରେକର୍ଡକୁ ପଠାଯିବ । କାର୍ଯ୍ୟକ୍ରମରେ ଏକ୍ସପୋର୍ଟ ୱିଟନେସ ଭାବରେ ସୌମ୍ୟରଞ୍ଜନ ଦାସ, ସନ୍ଦୀପ ମହାନ୍ତି କିକିପ୍ୟାଡ କିପର ଅମନ ପାଣ୍ଡେ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ସଚିନଙ୍କୁ ଉତ୍ସାହିତ କରିଥିଲେ ।

ସୂଚନାଯୋଗ୍ୟ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲରକା ଗ୍ରାମର ସଚନଙ୍କର ପିଲାଟି ଦିନୁ ଏହି ଖେଳ ପ୍ରତି ଆଗ୍ରହ ଥିଲା । ନି ଷ୍ଟ୍ରାଇକ ଭଳି କ୍ରୀଡାରେ ସେ ରେକର୍ଡ କରିବା ପାଇଁ ଦୀର୍ଘ ୪ ମାସ ହେବ ପ୍ରସ୍ତୁତ ଆରମ୍ଭ କରି ଦେଇଥିଲେ । ଦିନକୁ ପ୍ରାୟ ୧୦ ଘଣ୍ଟା ଅଭ୍ୟାସ କରୁଥିଲେ । ସଚିନଙ୍କ ଏହି ସଫଳତାରେ ବେଶ ଉତ୍ସାହୀ ହେବା ସହ ଆଗକୁ ସଚିନ ଅନେକ ସଫଳତା ହାସଲ କରିବା ନେଇ ଆଶାବାଦୀ ଅଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details