ଓଡିଶା

odisha

ETV Bharat / city

ମଣ୍ଡି ସମସ୍ୟା ନେଇ CSO କାର୍ଯ୍ୟାଳୟ ଘେରିବ କିଷାନ କଂଗ୍ରେସ - କଂଗ୍ରେସ ଘେରିବ ସିଏସଓ କାର୍ଯ୍ୟାଳୟ

ମଣ୍ଡି ଉଠାଣର ସମୟ ସୀମା ସରୁଥିବାରୁ ଆସନ୍ତାକାଲି(ଗୁରୁବାର) CSO କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ରାଜ୍ୟ କିଷାନ କଂଗ୍ରେସ କମିଟି । ଅଧିକ ପଢନ୍ତୁ...

ମଣ୍ଡି ସମସ୍ୟା ନେଇ ଆସନ୍ତାକାଲି ସିଏସଓ କାର୍ଯ୍ୟାଳୟ ଘେରିବ କିଷାନ କଂଗ୍ରେସ
ମଣ୍ଡି ସମସ୍ୟା ନେଇ ଆସନ୍ତାକାଲି ସିଏସଓ କାର୍ଯ୍ୟାଳୟ ଘେରିବ କିଷାନ କଂଗ୍ରେସ

By

Published : Jun 30, 2021, 1:05 PM IST

Updated : Jun 30, 2021, 2:01 PM IST

ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଘେରିବ ରାଜ୍ୟ କିଷାନ କଂଗ୍ରେସ । ମଣ୍ଡିରୁ ଧାନ ଉଠାଣରେ ସମୟ ସୀମା ସରୁ ଥିବାବେଳେ ଏଯାଏଁ ରାଜ୍ୟରେ ପ୍ରାୟ ୨୯ ହଜାର ଚାଷୀ ନିଜର ଧାନବିକ୍ରି କରି ପାରିନାହାନ୍ତି । ଏମିତି କି ଅନେକ ଚାଷୀଙ୍କର ଟୋକନ କୋଲାପ୍ସ ହୋଇଯାଇଛି । ତେଣୁ ସରକାର ଧାନ ଉଠା ସମୟ ସୀମାକୁ ଜୁଲାଇ 15 ଯାଏଁ ବୃଦ୍ଧି କରନ୍ତୁ ବୋଲି ଦାବି କରିଛି କିଷାନ କଂଗ୍ରେସ ।

ମଣ୍ଡି ସମସ୍ୟା ନେଇ ଆସନ୍ତାକାଲି ସିଏସଓ କାର୍ଯ୍ୟାଳୟ ଘେରିବ କିଷାନ କଂଗ୍ରେସମଣ୍ଡି ସମସ୍ୟା ନେଇ ଆସନ୍ତାକାଲି ସିଏସଓ କାର୍ଯ୍ୟାଳୟ ଘେରିବ କିଷାନ କଂଗ୍ରେସ

ସରକାର ରବିରେ ଉତ୍ପାଦିତ ଚାଷୀର ସମସ୍ତ ବଳକା ଧାନ କ୍ରୟ କରିବା ପାଇଁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜୁନ୍ ୩୦ ଧାନ କିଣାର ଶେଷ ଦିନ ଥିଲା । ମାତ୍ର ସରକାର ଚାଷୀଙ୍କ ଠାରୁ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣି ଥିବାବେଳେ ଚାଷୀ ସେମାନଙ୍କର ଆଉ ବଳକା ଧାନ କରିବେ କଣ ବୋଲି ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ରବି ଧାନ ବିକ୍ରି ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୬୦୧ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ଆଜି ସୁଦ୍ଧା ୨ ଲକ୍ଷ ୩ ହଜାର ୭୮୫ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଛି । ୨୯ ହଜାରରୁ ଊର୍ଦ୍ଧ୍ବ ପଞ୍ଜିକୃତ ଚାଷୀଙ୍କଠାରୁ ଏ ପର୍ଯ୍ୟନ୍ତ ଆଦୌ ଧାନକ୍ରୟ କରାଯାଇ ନାହିଁ । ରବି ଧାନକ୍ରୟ କ୍ଷେତ୍ରରେ ଟୋକନ ଅବଧି ମାତ୍ର ୧୨ ଦିନ ରଖାଯାଇଥିଲା ।

ଫଳରେ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ହଜାର ହଜାର ଚାଷୀଙ୍କ ଟୋକନ୍ ଲାପ୍ସ କରିଛି । ନିର୍ଦ୍ଧାରିତ ସମୟରେ ପୂର୍ବ ଆକଳନ ଅନୁଯାୟୀ ଧାନ କ୍ରୟ କରିବା ପାଇଁ ମଣ୍ଡିକୁ ଟାର୍ଗେଟ ଦିଆଯାଇ ନାହିଁ । ଏବେ ଚାଷୀ କରିବେ କଣ ? କଷ୍ଟଲବ୍ଧ ଅର୍ଥର ମୂଲ୍ୟ ପାଇବେ କିପରି ? ଧାନ କିଣାରେ ଏପରି ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଚାରିଆଡ଼େ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି । କିଷାନ କଂଗ୍ରେସ ପକ୍ଷରୁ ଜୁନ୍–୧୬ ତାରିଖରେ ରବି ଧାନ କିଣା ପ୍ରସଙ୍ଗ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ସହିତ ଧାନ କ୍ରୟ ସମୟ ସୀମା ଜୁଲାଇ-୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି ।

ଯଦି ଆଜି ସୁଦ୍ଧା ସମସ୍ତ ଧାନ କ୍ରୟ କରାନଯାଏ, ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୁଲାଇ-୧ ତାରିଖ ଦିନ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସରକାର କାଳ ବିଳମ୍ବ ନକରି ତୁରନ୍ତ ସମସ୍ତ ଲାପ୍ସ ଟୋକନ କାର୍ଯ୍ୟକାରୀ କରିବା, ଚାଷୀଙ୍କ ସବୁ ବଳକା ଧାନ ନିର୍ଧାରିତ ମୂଲ୍ୟରେ କ୍ରୟ କରିବା ଓ ଧାନ କ୍ରୟ ସମୟ ସୀମା ଜୁଲାଇ-୧୫ ତରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି ।




ଭୁବନେଶ୍ବରର ତପନ କୁମାର ଦାସ, ଇଟିଭି ଭାରତ

Last Updated : Jun 30, 2021, 2:01 PM IST

ABOUT THE AUTHOR

...view details