ଓଡିଶା

odisha

ETV Bharat / city

କିଶୋର କୁମାରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ - ଏଣ୍ଡିଭୋର ଟ୍ରଷ୍ଟ

କିଶୋର କୁମାରଙ୍କ ଜନ୍ମଦିନ ଅବସରରେ ତାଙ୍କର କାଳଜୟୀ ଗୀତକୁ ମନେପକାଇଛନ୍ତି କଣ୍ଠଶିଳ୍ପୀ । ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି କିଶୋର କୁମାର ସଙ୍ଗୀତ ସଂନ୍ଧ୍ୟା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 4, 2019, 10:02 PM IST

ଭୁବନେଶ୍ବର: ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି କିଶୋର କୁମାର। ତାଙ୍କର ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସଙ୍ଗୀତ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତାଙ୍କ କାଳଜୟୀ ସଙ୍ଗୀତ ଗାଇ ମନେ ପକାଇଛନ୍ତି କଣ୍ଠଶିଳ୍ପୀମାନେ ଓ ଏହାକୁ ଖୁବ ଉପଭୋଗ କରିଛନ୍ତି ଉପସ୍ଥିତ ଦର୍ଶକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏଣ୍ଡିଭୋର ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି କିଶୋର କୁମାର ସଙ୍ଗୀତ ସନ୍ଧ୍ୟା । ବିଗତ ଚାରି ବର୍ଷ ପରି ଏବର୍ଷ ମଧ୍ୟ ଡ଼ଃ ଅଚ୍ୟୁତାନନ୍ଦ ମିଶ୍ର ଓ ଟ୍ରଷ୍ଟର ସଭାପତି ନୀତିଶ କୁମାର ବେହେରାଙ୍କ ଉଦ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଚଳିତ ବର୍ଷ ସାଂସ୍କୃତିକ ସଂଧ୍ୟାରେ ଡ଼ଃ ଅଚ୍ୟୁତାନନ୍ଦ ମିଶ୍ର ଓ ତାଙ୍କ ସାଥି ବରଦା ପ୍ରସନ୍ନ ପଟ୍ଟନାୟକ, ଜ୍ୟୋତିର୍ମୟୀ, ଋତୁପର୍ଣ୍ଣ ଓ କୌଶିକ ପ୍ରମୁଖ ଶିଳ୍ପୀମାନେ ଉଭୟ ଏକକ ଓ ଡୁଏଟ ସଙ୍ଗୀତ ପରିବେଷଣ କରିଥିଲେ ।


ସନ୍ଧ୍ୟାରେ ଅତିଥିଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ଇଶାନ କୁମାର ପାତ୍ର, କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷା ପ୍ରୀତି ରାୟ, ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଡ଼ ଚିତ୍ତରଞ୍ଜନ ପାଂଣି, ସଂସ୍କୃତିବିଭାଗ ଶାସନସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଅନ୍ୟ ଅତିଥିମାନେ ଯୋଗ ଦେଇ ସନ୍ଧ୍ୟାକୁ ଉଦଘାଟନ କରିଥିଲେ । ପରେ ଜୀବନ କେ ଦୀପ, ପ୍ୟାର ଦିୱାନା ହୋତା ହେ, ଗମ କା ଫସାନା, ଗୀତ ଗାତାହୁଁ, ପ୍ୟାର ହୁଆ ହେ ଜବ ସେ ଭଳି ଅନେକ ସଙ୍ଗୀତ ପରିବେଷଣ କରାଯାଇଥିଲା ।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details