ଓଡିଶା

odisha

ETV Bharat / city

Odisha Kishan Congress Protest: ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ - ରାଜ ଭବନ ସମ୍ମୁଖରେ କିଷାନ କଂଗ୍ରେସର ଧାରଣା

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ପ୍ରତି ଚରମ ଅବହେଳା ଅଭିଯୋଗ କରି ରାଜଭବନ ସମ୍ମୁଖରେ ପ୍ରତିବାଦ ଜଣାଇବା ସହ ଧାରଣ ଦେଲା ରାଜ୍ୟ କିଷାନ କଂଗ୍ରେସ । ଅଧିକ ପଢନ୍ତୁ

Odisha Kishan Congress Protest
Odisha Kishan Congress Protest

By

Published : Dec 15, 2021, 8:23 PM IST

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ପ୍ରତି ଚରମ ଅବହେଳା ଅଭିଯୋଗ କରି ରାଜଭବନ (Odisha Rajbhawan) ସମ୍ମୁଖରେ ପ୍ରତିବାଦ ଜଣାଇବା ସହ ଧାରଣ ଦେଲା ରାଜ୍ୟ କିଷାନ କଂଗ୍ରେସ (Odisha Kishan Congress )।

Odisha Kishan Congress Protest: ରାଜ୍ୟପାଳଙ୍କୁ 11 ଦଫା ଦାବି ପ୍ରଦାନ

ସାମୁଦ୍ରିକ ଝଡ ଜୱାଦ (Cyclone Jawad) ପ୍ରଭାବରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ସହାୟତା ଯୋଗାଇବା ଦେବା ଦାବିରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସ।

ଦଳ 11 ଦଫା ଦାବି ସମ୍ବଳିତ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛି । ଏହାସହ ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାରେ ଚାଷୀ ହତ୍ୟା ନେଇ ଯୋଜନାବଦ୍ଧ ଷଡଯନ୍ତ୍ର ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ ।

ଏହି ଧାରଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କୃଷକ ନେତା ସାମିଲ ହୋଇଥିଲେ ।

ସେହିପରି ଧାରଣ ସ୍ଥଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା । ବାତ୍ୟା ଯୱାଦ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ସହ ଅନ୍ୟାନ୍ୟ ଦାବି ପୂରଣ କିଷାନ ମୋର୍ଚ୍ଚା ଦାବି କରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details