ଓଡିଶା

odisha

ETV Bharat / city

ଦୂତିଙ୍କୁ ପୁରସ୍କୃତ କଲା କିଟ ବିଶ୍ଵବିଦ୍ୟାଳୟ

ଇଟାଲୀର ନେପୋଲି ଠାରେ ଆୟୋଜିତ ହେଉଥିବା ୱାଲ୍ଡ ୟୁନିଭର୍ସିଟି ଗେମରେ ଦୂତି ସ୍ବର୍ଣ୍ଣ ଜିତିବା ପରେ ତାଙ୍କୁ କିଟ ବିଶ୍ଵବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର

By

Published : Jul 16, 2019, 3:10 PM IST

Updated : Jul 16, 2019, 4:41 PM IST

ଭୁବନେଶ୍ବର: ପୁଣି ଦେଶ ପାଇଁ ଗର୍ବ ଆଣିଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ । ନିକଟରେ ଇଟାଲୀର ନେପୋଲି ଠାରେ ଆୟୋଜିତ ହେଉଥିବା ୱାଲ୍ଡ ୟୁନିଭର୍ସିଟି ଗେମରେ ଦୂତି ସ୍ବର୍ଣ୍ଣ ଜିତିବା ପରେ ତାଙ୍କୁ କିଟ ବିଶ୍ଵବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର


କିଛିଦିନ ତଳେ ଇଟାଲୀରେ ଆୟୋଜିତ ହେଉଥିବା ଉପରୋକ୍ତ ଗେମର 100 ମିଟର ଦୌଡରେ ଦୂତି ସ୍ବର୍ଣ୍ଣ ଜିତିଛନ୍ତି । ମାତ୍ର 11.32 ସେକେଣ୍ଡରେ ଲକ୍ଷ୍ୟ ସ୍ଥିର କରି ଗୋଲ୍ଡ ମେଡାଲ ଜିତିବାରେ ଦେଶର ପ୍ରଥମ ଖେଳାଳି ହୋଇଛନ୍ତି ଦୂତି ।

ଏହାସହ ଦୂତି ଜଣେ ଏମିତି ଖେଳାଳି, ଯିଏ ନିଜ ରେକର୍ଡକୁ ନିଜେ 15 ଥର ଭାଙ୍ଗିଛନ୍ତି । ଗତକାଲି ଦୂତି ଓଡିଶା ଫେରିବା ପରେ ଆଜି କିଟ ବିଶ୍ବ ବିଦ୍ୟାଳୟ ଦୂତିଙ୍କୁ ସାମୂହିକ ଭାବେ ପୁରସ୍କୃତ କରାଯାଇଛି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Jul 16, 2019, 4:41 PM IST

ABOUT THE AUTHOR

...view details