ଓଡିଶା

odisha

ETV Bharat / city

ବିଶ୍ବର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ପୁଣି କିଟ - list of the best universities in the world

ବିଶ୍ବର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ । ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୧ରେ ସ୍ଥାନ ପାଇଛି କିଟ। ‘ରିଡିଉସିଂ ଇନ୍ଇକ୍ବାଲିଟିଜ୍‍’ ମାନଦଣ୍ଡରେ କିଟ୍‍ ସମଗ୍ର ବିଶ୍ବରେ ୮୬ତମ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...

ବିଶ୍ବର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ପୁଣି କିଟ
ବିଶ୍ବର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ପୁଣି କିଟ

By

Published : Apr 23, 2021, 8:31 PM IST

ଭୁବନେଶ୍ବର: ବିଶ୍ବର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ପୁଣି କିଟ । ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି। ଯେଉଁଥିରେ କିଟ ସ୍ଥାନ ପାଇଛି । ପ୍ରତିବର୍ଷ ଟାଇମସ୍‍ ହାଇଅର ଏଜୁକେସନ୍‍ ପକ୍ଷରୁ ବିଶ୍ବର ଖ୍ୟାତି ସମ୍ପନ୍ନ ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ବିଭିନ୍ନ ରାଙ୍କିଙ୍ଗ କରାଯାଇଥାଏ । ଏଥିରେ ବିଶ୍ବର ସମସ୍ତ ବିଶ୍ବବିଦ୍ୟାଳୟ ଅଂଶଗ୍ରହଣ କରିଥାନ୍ତି।

ବିଶ୍ବର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ପୁଣି କିଟ

ବିଶ୍ବରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ (ଏସଡ଼ିଜି) ହାସଲ ଦିଗରେ କେତେ ପରିମାଣରେ କାର୍ଯ୍ୟ କରୁଛନ୍ତି ତାହାକୁ ଭିତ୍ତିକରି ଟାଇମସ୍ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ଇମ୍ପାକ୍ଟ ରାଙ୍କ କରାଯାଇଥାଏ। ଏସଡ଼ିଜିର ଉଦ୍ଦେଶ୍ୟକୁ ପୂରଣ କରୁଥିବାରୁ କିଟକୁ ଏହି ଇମ୍ପାକ୍ଟ ରାଙ୍କ ପ୍ରଦାନ କରାଯାଇଛି। ଏଥି ପାଇଁ ଚଳିତବର୍ଷ କିଟକୁ ସାମଗ୍ରିକ ଇମ୍ପାକ୍ଟ ରାଙ୍କିଙ୍ଗରେ ୨୦୧+ ରାଙ୍କ ମିଳିଛି । ସେହିପରି ‘ରିଡିଉସିଂ ଇନ୍ଇକ୍ବାଲିଟିଜ୍‍’ ମାନଦଣ୍ଡରେ କିଟ୍‍ ସମଗ୍ର ବିଶ୍ବରେ ୮୬ତମ ସ୍ଥାନରେ ରହିଛି ।

ଏହା ଦ୍ବାରା ଅତିକମରେ ଗୋଟିଏ ମାନଦଣ୍ଡରେ ବିଶ୍ବର ୧୦୦ଟି ବିଶ୍ବବିଦ୍ୟାଳୟ ମଧ୍ୟରେ ରହିପାରିଛି କିଟ୍‍। ସେହିପରି ପାର୍ଟନର୍‍ ଫର୍‍ ଦି ଗୋଲସ ମାନଦଣ୍ଡରେ ବିଶ୍ବ ତାଲିକାର ୧୦୧+ ରାଙ୍କ, ଗୁଣାତ୍ମକ ଶିକ୍ଷା ମାନଦଣ୍ଡରେ ୨୦୧+ ଏବଂ ପିସ୍‍, ଜଷ୍ଟିସ୍‍ ଆଣ୍ଡ ଷ୍ଟ୍ରଙ୍ଗ ଇନଷ୍ଟିଚ୍ୟୁସନ ମାନଦଣ୍ଡରେ କିଟ୍‍ ୨୦୧+ ରାଙ୍କରେ ରହିଛି । ଭାରତର ପୂର୍ବାଞ୍ଚଳରେ ଏକମାତ୍ର ବିଶ୍ବବିଦ୍ୟାଳୟ ଭାବେ କିଟ୍‍ ଏହି ରାଙ୍କ ପାଇବାର ଗୌରବ ଅର୍ଜନ କରିଛି । ଗତବର୍ଷ ମଧ୍ୟ ଟାଇମସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ କିଟକୁ ‘ୱାର୍କ ପ୍ଲେସ୍ ‍ ଅଫ୍‍ ଦି ଇଅର୍‍’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମ୍ମାନଜନକ ବିଶ୍ୱ ରାଙ୍କିଙ୍ଗରେ କିଟ୍‍ ସ୍ଥାନ ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ମିଳିତ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ (ଏସଡ଼ିଜି) ଆଧାରରେ ସମଗ୍ର ବିଶ୍ବର ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ଟାଇମସ୍‍ ହାଇଅର ଏଜୁକେସନ୍‍ ପକ୍ଷରୁ କରାଯାଇଥିବା ଇମ୍ପାକ୍ଟ ରାଙ୍କିଙ୍ଗ ବିଶ୍ବର ଏକମାତ୍ର ପ୍ରଦର୍ଶନ ତାଲିକା। ଗବେଷଣା, ଆଉଟରିଚ, ଷ୍ଟିୱାର୍ଡସିପ୍‍ ଓ ଶିକ୍ଷାଦାନ ଭଳି ୪ଟି ପ୍ରମୁଖ ମାନଦଣ୍ଡକୁ ନେଇ ଟାଇମସ ହାଇଅର ଏଜୁକେସନ୍‍ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା । କିଟ୍‍ ଆରମ୍ଭରୁ କରିଆସୁଥିବା ବ୍ୟାପକ ସାମାଜିକ କଲ୍ୟାଣ ମୂଳକ କାର୍ଯ୍ୟସବୁକୁ ମୂଲ୍ୟାୟନ କରି ଏହି ଇମ୍ପାକ୍ଟ ରାଙ୍କିଙ୍ଗ କରାଯାଇଛି।

ଏହି ସଫଳତାରେ କିଟ୍‍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି କିଟ୍‍ ବିଶ୍ବବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ସହ ସାମାଜିକ ଗୁରୁ ଦାୟିତ୍ବ ତୁଲାଇ ଆସୁଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି। ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗରେ ଉନ୍ନତ ପ୍ରଦର୍ଶନ ଦିଗରେ କିଟ୍‍ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details