ଓଡିଶା

odisha

ETV Bharat / city

ଓଟିଡିସି ପ୍ରୟାସରେ କଳାଭୂମି ଓ ପାନ୍ଥନିବାସ ବୁଲି ଦେଖିଲେ କୁନିକୁନି ଛାତ୍ରଛାତ୍ରୀ - ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

ଓଟିଡିସି ପ୍ରୟାସରେ କଳାଭୂମି ଓ ପାନ୍ଥନିବାସ ବୁଲି ଦେଖିଲେ କୁନିକୁନି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଓଟିଡିସି ପ୍ରୟାସରେ କଳାଭୂମି ଓ ପାନ୍ଥନିବାସ ବୁଲି ଦେଖିଲେ କୁନିକୁନି ଛାତ୍ରଛାତ୍ରୀ
ଓଟିଡିସି ପ୍ରୟାସରେ କଳାଭୂମି ଓ ପାନ୍ଥନିବାସ ବୁଲି ଦେଖିଲେ କୁନିକୁନି ଛାତ୍ରଛାତ୍ରୀ

By

Published : Mar 16, 2021, 10:41 PM IST

ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏ ଦିଗରେ ଏକ ଛୋଟ ପ୍ରୟାସ କରାଯାଇଛି । ରାଜଧାନୀ ଭୁବନେଶ୍ବରର ଚନ୍ଦ୍ରଶେଖରପୁରସ୍ଥିତ ପାଣିଟାଙ୍କି ବସ୍ତିର କୁନିକୁନି ପିଲାମାନଙ୍କୁ ଆଜି ସ୍ବତନ୍ତ୍ର ବସ୍ ଯୋଗେ ‘କଳାଭୂମି’ ପରିଦର୍ଶନ ଲାଗି ବ୍ୟବସ୍ଥା କରାଯାଇଛି ।

ଓଟିଡିସି ପ୍ରୟାସରେ କଳାଭୂମି ଓ ପାନ୍ଥନିବାସ ବୁଲି ଦେଖିଲେ କୁନିକୁନି ଛାତ୍ରଛାତ୍ରୀ

ସେଠାରେ ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଯାଇଛି । କଳାଭୂମି ପରିସରରେ ବିଭିନ୍ନ କାର୍ଯ୍ୟସବୁ ପିଲାମାନେ ବୁଲି ଦେଖିଥିଲେ । ତା’ପରେ ସେମାନଙ୍କୁ ପାନ୍ଥନିବାସ ନିଆଯାଇ ସେଠାରେ ଓଟିଡିସି ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ସହ ପୋଷାକ ଓ ଶିକ୍ଷଣୀୟ କିଟ୍ ପ୍ରଦାନ କରାଯାଇଛି । ‘ଶ୍ରୀ’ ଅଭିଯାନର ସହଯୋଗରେ ଓଟିଡିସି ପକ୍ଷରୁ ଏହି ପିଲାମାନଙ୍କ ମୁହଁରେ ହସ ଫୁଟାଇବାକୁ ଏଭଳି ପ୍ରୟାସ କରାଯାଇଛି । ପାଣିଟାଙ୍କି ବସ୍ତିରେ ପିଲାଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ନିରାପତ୍ତା ପାଇଁ ‘ଶ୍ରୀ’ଅଭିଯାନ କାର୍ଯ୍ୟ କରୁଛି । ଏହି କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଟିଡିସିର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ‘ଶ୍ରୀ’ ଅଭିଯାନ ସହ ଜଡ଼ିତ ସମାଜସେବୀ ପ୍ରୀତିଛନ୍ଦା ଧଳ, ନମ୍ରତା ଚଢ଼ା, ବବିତା ସ୍ବାଇଁ, ସ୍ଵରାଜ ଲକ୍ଷ୍ମୀ ସାମଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏଭଳି କାର୍ଯ୍ୟକ୍ରମ ଦ୍ବାରା ବସ୍ତିରେ ରହୁଥିବା କୁନିକୁନି ପିଲାମାନେ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇପାରିବେ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ABOUT THE AUTHOR

...view details