ଓଡିଶା

odisha

ETV Bharat / city

ସାରୁଅ ଜମି ଦୁର୍ନୀତି ମାମଲା: ଜେଲ ଗଲେ ଓଡିଶା ଇନଫ୍ରାର ଦୁଇ କର୍ମଚାରୀ - ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ଖବର

ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡିଶା ଇନଫ୍ରାର ଦୁଇ କର୍ମଚାରୀଙ୍କୁ ଜେଲ ହାଜତକୁ ପଠାଇଲା ପୋଲିସ ।

khurdha sarua land scam
ଜେଲ ଗଲେ ଓଡିଶା ଇନଫ୍ରାର ଦୁଇ କର୍ମଚାରୀ

By

Published : Nov 5, 2020, 3:31 AM IST

ଭୁବନେଶ୍ବର : ସାରୁଅ ଜମି ଦୁର୍ନୀତି ମାମଲାରେ ଜେଲ ଗଲେ ଓଡିଶା ଇନଫ୍ରାଟେକର ୨ କର୍ମଚାରୀ । ରିମାଣ୍ଡ ଅବଧି ଶେଷ ପରେ ଉଭୟଙ୍କୁ ଝାରପଡା ଜେଲକୁ ପଠାଯାଇଛି ।

ଜେଲ ଗଲେ ଓଡିଶା ଇନଫ୍ରାର ଦୁଇ କର୍ମଚାରୀ

ଖୋର୍ଦ୍ଧାର ସାରୁଅ ଜମି ଦୁର୍ନୀତି ମାମଲାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ମନୋରଞ୍ଜନ ଷଡଙ୍ଗୀ ଓ ଏଜେଣ୍ଟ ଶିବ ପ୍ରସାଦ ଶ୍ରୀଚନ୍ଦନ କ୍ରାଇମବ୍ରାଞ୍ଚର ଟିମ ଗିରଫ କରିଥିଲା । ଉଭୟଙ୍କୁ ସାରୁଅ ଜମି ଦୁର୍ନୀତି ମାମଲାରେ ଆଇପିସିର ଧାରା ୪୨୦,୪୨୩,୪୬୮,୪୭୦,୪୭୧,୧୨୦ ବି ଓ ଏସ ଏସଟି ଆକ୍ଟରେ ଗିରଫ କରାଯାଇଛି ।

ପୋଲିସ ସେମାନଙ୍କୁ ରିମାଣ୍ଡରେ ନେଇ ଏହା ପଛର ହୋଇଥିବା କିଛି ଡକୁମେଣ୍ଟ ସହ ମୁହାଁ ମୁହିଁ ଜେରା କରିଥିଲା । ପୋଲିସ ଯାଞ୍ଚବେଳେ କିଛି ସତ୍ୟ ପାଇଛି । ବୁଧବାର ରିମାଣ୍ଡ ଅବଧି ଶେଷହେବା ପରେ ଉଭୟଙ୍କୁ ମେଡିକାଲ ଟେଷ୍ଟ କରାଯାଇ ଝାରପଡା ଜେଲକୁ ପଠାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details