ଭୁବନେଶ୍ବର: ବୁଧବାର ଠାରୁ ଜିଲ୍ଲା ବୁଲିବେ ସ୍କ୍ବାର୍ଡ । ଯେକୌଣସି ମୁହୂର୍ତ୍ତରେ କରିପାରନ୍ତି ସ୍କୁଲ ପରିଦର୍ଶନ । ଛାତ୍ରଛାତ୍ରୀ କେତେ ଓଜନର ବ୍ୟାଗ କାନ୍ଧରେ ବୁହାଇ ନେଉଛନ୍ତି ତାହାର କରିବେ ଯାଞ୍ଚ । ଏନେଇ ଜିଲ୍ଲା ସ୍ତରରେ 3ଟି ସ୍କ୍ବାର୍ଡ ଗଠନ କରିଛନ୍ତି ଜିଲ୍ଲାପାଳ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ଏହି ଟିମ ଗଠନ କରିଛନ୍ତି । ଜିଲ୍ଲାର ସବୁ ସରକାରୀ, ଅନୁଦାନ ପ୍ରାପ୍ତ ସ୍କୁଲ ଓ ଘରୋଇ ସ୍କୁଲ ଗୁଡ଼ିକ ଏହି କମିଟିର ସ୍କାନରରେ ରହିବ । ବିନା ସୂଚନାରେ ଯାଞ୍ଚରେ ଆସିବ ଏହି କମିଟି । ଯଦି କୌଣସି ବିଦ୍ୟାଳୟ ଗାଇଡ଼ଲାଇନ ଉଲଙ୍ଘନ କରେ, ତେବେ କମିଟି ଜିଲ୍ଲାପାଳଙ୍କୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବ। ପରେ ସଚିବଙ୍କୁ ମଧ୍ୟ ଘଟଣାର ଅବଗତ କରିବେ ।