ଓଡିଶା

odisha

ETV Bharat / city

ଆଜି ଖୁଦୁରୁୁକୁଣୀ ଓଷା, ଖୁଦ ଦେଇ ଭାଇର ଶୁଭ ମନାସେ ଭଭଣୀ - ଭାଲୁକୁଣି ଓଷା

ଆଜି ଖୁଦୁରୁୁକୁଣୀ ଓଷା । ଓଡିଆଙ୍କ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ । ଏହାକୁ ଭାଲୁକୁଣି ଓଷା ବା ଢିଙ୍କି ଓଷା ମଧ୍ୟ କୁହାଯାଏ । ମୁଖ୍ୟତଃ ଝିଅ ମାନେ ଏହି ଓଷା କରିଥାନ୍ତି । ଅଧିକ ପଢନ୍ତୁ...

ଆଜି ଖୁଦୁରୁୁକୁଣୀ ଓଷା
ଆଜି ଖୁଦୁରୁୁକୁଣୀ ଓଷା

By

Published : Aug 29, 2021, 7:38 AM IST

ଭୁବନେଶ୍ବର: ଓଡିଆଙ୍କ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ । ଏହାକୁ ଭାଲୁକୁଣି ଓଷା ବା ଢିଙ୍କି ଓଷା ମଧ୍ୟ କୁହାଯାଏ । ମୁଖ୍ୟତଃ ଝିଅ ମାନେ ଏହି ଓଷା କରିଥାନ୍ତି । ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି । ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ ।

ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ । ଏହି ଦିନ ସକାଳୁ ଝିଅମାନେ ଜୁଇ, ଚମ୍ପା କନିଅର ମନ୍ଦାର ଫୁଲ ତୋଲି ମାଳ ଗୁନ୍ଥିଥାନ୍ତି । ପୂଜା ପାଇଁ ସବୁ ଜିନିଷ ଯୋଗାଡ କରିଥାନ୍ତି । ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଏ । ଫୁଲରେ ତୋରଣରେ ମନ୍ଦିର ସଜାଯାଏ ।

ଏହି ଓଷାରେ ସିଂହବାହିନୀ ମା ମଙ୍ଗଳାଙ୍କୁ ଖୁଦଭଜା ଲାଗି ହୋଇଥାଏ । ଖୁଦଭଜା ଠାକୁରାଣୀଙ୍କର ସବୁଠୁ ପ୍ରିୟ ବୋଲି କିମ୍ବଦନ୍ତୀରେ ରହିଛି । ଖୁଦରୁ ଏହି ଓଷାର ନାମ ଖୁଦୁରୁକୁଣୀ ହୋଇଛି । ଗାଁ ମାନଙ୍କରେ ଢିଙ୍କି ଶାଳରେ ଖୁଦୁରୁକୁଣୀଙ୍କୁ ପୂଜା କରାଯାଏ । ଏହି ଓଷାର ଏକ ବହିରେ ତଅପୋଇ କଥା ରହିଛି । ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକମୁଖରେ ଆଜି ଯାଏଁ ଚଳିଆସୁଅଛି ।

ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ପାଇଁ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ପରେ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବା ଦିନଠୁ ଏହି ଓଷାର ଆରମ୍ଭ । ବିଶେଷ କରି ଭଉଣୀମାନେ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା କରିଥାନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details