ଓଡିଶା

odisha

By

Published : Dec 7, 2021, 5:26 PM IST

Updated : Dec 7, 2021, 7:24 PM IST

ETV Bharat / city

ଜୋର୍‌ ଧରିଲା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ପାଇକ ବିଦ୍ରୋହକୁ( Paika Bidroha) ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ପାଇଁ ଦାବି ଜୋର ଧରିଲା । ଖୋର୍ଦ୍ଧା ବରୁଣେଇ ପାଦ ଦେଶରେ ଆନ୍ଦୋଳନ ଆରମ୍ଭ କଲେ ଶତାଧିକ ପାଇକ । ଅଧିକ ପଢନ୍ତୁ

khordha leader demands Declare Paika Bidroha as first war of independence
ଜୋର୍‌ ଧରିଲା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ଖୋର୍ଦ୍ଧା: ପୁଣି ତେଜିଲା ପାଇକ ଆନ୍ଦୋଳନ। ଖୋର୍ଦ୍ଧା ବରୁଣେଇ ପାଦ ଦେଶରେ ଆନ୍ଦୋଳନ ଆରମ୍ଭ କଲେ ଶତାଧିକ ପାଇକ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା(first war of independence) ପ୍ରଦାନ ପାଇଁ ଦାବି ଜୋର ଧରିଲା ।

ଜୋର୍‌ ଧରିଲା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ଯେଉଁ ସ୍ଥାନରୁ ଇଂରେଜଙ୍କ ବିରୁଦ୍ଧରେ ପାଇକମାନେ ବିଦ୍ରୋହ ଆରମ୍ଭ କରିଥିଲେ, ସେହି ସ୍ଥାନରୁ ପାଇକ ଦାୟାଦ ମାନେ ଏକାଠି ହୋଇ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ମାନ୍ୟତା ଦେବାକୁ ଦାବି କରିଛନ୍ତି । ଆଜିଠାରୁ(ମଙ୍ଗଳବାର) ଏହି ପାଇକ ଆନ୍ଦୋଳନ ଆରମ୍ଭ ହେଲା ବୋଲି କୁହାଯାଇଛି ।

ସେହି ସୁସଜ୍ଜିତ ବେଶ, ହାତରେ ଖଣ୍ଡା, ଲାଠି, ମୁଦ୍‌ଗର, ଢାଲ ଧରି ବରୁଣେଇ ପାଦ ଦେଶରେ ରଣ ହୁଙ୍କାର ଦେଲେ ପାଇକ ଦାୟାଦ। ଦଳ ମତ ନିର୍ବିଶେଷରେ ସବୁ ଦଳ ନେତା ସାମିଲ ହୋଇ ସାମୂହିକ ସ୍ବର ମିଳାଇଛନ୍ତି । ବିଧାୟକ ସୁରେଶ ରାଉତରାୟ, ରାଜେନ୍ଦ୍ର ସାହୁ, ଜିତୁ ମିତ୍ର ଏକାଠି ହୋଇ କେନ୍ଦ୍ର ବିରୁଦ୍ଧରେ ଆଉ ଏକ ଆନ୍ଦୋଳନ ଆରମ୍ଭ ହେଲା ବୋଲି ଘୋଷଣା କରିଛନ୍ତି । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ତୁରନ୍ତ ଘୋଷଣା କରିବାକୁ ଦାବି ହୋଇଛି ।

ଏହା ବି ପଢନ୍ତୁ:Ravenshaw University: ଇଷ୍ଟ୍‌ ହଷ୍ଟେଲ୍‌ରେ ତିଆରି ହେବ କବି ସଚ୍ଚିଦାନନ୍ଦଙ୍କ ସ୍ମୃତି ସ୍ତମ୍ଭ, ଜନ୍ମସ୍ଥାନରୁ ଗଲା ମାଟି

କେନ୍ଦ୍ର ସରକାର ତୁରନ୍ତ ନିଜର ମତ ପ୍ରତ୍ୟାହାର କରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନ କଲେ ଆନ୍ଦୋଳନ ସାରା ରାଜ୍ୟରେ ତୀବ୍ର ହେବ। କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଚେତାବନୀ ଦେଇଛନ୍ତି । ସେହିପରି ଆଜିର କାର୍ଯ୍ୟକ୍ରମ ନିଉ ଥିଙ୍କିଙ୍ଗ ଫୋରମର ନେତୃତ୍ବରେ ଆୟୋଜିତ ହୋଇଥିବା ଏହି ପାଇକ ସମାବେଶରେ ଯୋଗ ଦେଇଥିବା ପାଇକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 7, 2021, 7:24 PM IST

For All Latest Updates

ABOUT THE AUTHOR

...view details