ଓଡିଶା

odisha

ETV Bharat / city

ବସୁଆଘାଇ ପୂର୍ବତନ ସରପଞ୍ଚଙ୍କ ଘର ବାହୁଡା

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସରକାରୀ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଖୋର୍ଦ୍ଧା ବସୁଆଘାଇ ପଞ୍ଚାୟତର ସରପଞ୍ଚ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Jan 31, 2022, 7:06 AM IST

ବିଜେଡିରେ ସାମିଲ ହେଲେ ବାସୁଆଘାଇ ସରପଞ୍ଚ
ବିଜେଡିରେ ସାମିଲ ହେଲେ ବିଜେଡିରେ ସାମିଲ ହେଲେ ବାସୁଆଘାଇ ସରପଞ୍ଚବାସୁଆଘାଇ ସରପଞ୍ଚ

ଭୁବନେଶ୍ବର: ବିଜେଡିର ମିଶ୍ରଣ ପର୍ବ । ରବିବାର ଖୋର୍ଦ୍ଧା ଜିଲ୍ଲାର ବିଜେପିରୁ ଛାଡି ପୂର୍ବତନ ସରପଞ୍ଚ ବିଜେଡିକୁ ଫେରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସରକାରୀ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଖୋର୍ଦ୍ଧା ବସୁଆଘାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାଶ ଜେନା ଯୋଗ ଦେଇଛନ୍ତି । ତାଙ୍କ ସହ କିଛି ସମର୍ଥକ ମଧ୍ୟ ଯୋଗ ଦେଇଛନ୍ତି ।

ବିଜେଡିରେ ସାମିଲ ହେଲେ ବାସୁଆଘାଇ ସରପଞ୍ଚ

ପୂର୍ବରୁ ସେ ବିଜେଡିରେ ଥିବା ବେଳେ କିଛି ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ । ପୁନର୍ବାର ରବିବାର ସେ ଘରବାହୁଡା କରିଛନ୍ତି । ମିଶ୍ରଣ ପର୍ବରେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ,ମନ୍ତ୍ରୀ ଅଶୋକ ପଣ୍ଡା,ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ନବୀନଙ୍କ ନେତୃତ୍ୱକୁ ଭଲ ପାଇ ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଏହା ଦ୍ୱାରା ଦଳ ଅଧିକ ସୁଦୃଢ ହେବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details