ଭୁବନେଶ୍ବର: ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରିଛି ଏକ ଡିଲର । ଇନଫୋସିଟି ଥାନା ଅଞ୍ଚଳର କବିତା ପଣ୍ଡା ନାମକ ଜଣେ ଗ୍ରାହକଙ୍କୁ କରିଛି ଠକେଇ। ଆଉ ଗ୍ରାହକ ଜଣକ ଗାଡି ନେଇ ଚେକିଂରେ ଧରା ପଡିବା ପରେ ଖୋଲିଛି ଗୁମର ।
ତେବେ ଗତ 12 ତାରିଖରେ ସମ୍ପୃକ୍ତ ଗ୍ରାହକ ଜଣକ ଗାଡିଟି ନେଉଥିବା ବେଳେ ବାରଙ୍ଗଠାରେ ଧରିଥିଲା କଟକ ପରିବହନ ବିଭାଗ ପରେ ଜାଣିବାକୁ ପାଇଥିଲେ ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରି ଗ୍ରାହକଙ୍କୁ ଗାଡି ଦେଇଛି ଏକ ଡିଲର । ଯାହାକୁ ନେଇ ହୋଣ୍ଡା କମ୍ପାନୀକୁ 1 ଲକ୍ଷର ତଣ୍ଡ ଲଗାଇଛି କଟକ ଆରଟିଓ ।