ଓଡିଶା

odisha

ETV Bharat / city

‘OBCଙ୍କୁ 27 ପ୍ରତିଶତ ଆରକ୍ଷଣ ଦିଆଯାଉ’ - KHARAVELA SWAIN TARGET TO GOVT

ଓବିସିଙ୍କ ପାଇଁ 27 ପ୍ରତିଶତ ଆରକ୍ଷଣ ଲାଗୁ କରିବା ପାଇଁ ଦାବି କରିଛନ୍ତି ବିଜେପି ନେତା ଖାରବେଳ ସ୍ବାଇଁ । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ।

KHARAVELA SWAIN TARGET TO GOVT
OBCଙ୍କୁ 27 ପ୍ରତିଶତ ଆରକ୍ଷଣ ଦିଆଯାଉ’

By

Published : Feb 14, 2020, 12:22 PM IST

ଭୁବନେଶ୍ବର: ଓବିସିଙ୍କ ସଂରକ୍ଷଣଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଖାରବେଳ ସ୍ବାଇଁଙ୍କ ଟାର୍ଗେଟ । ପଛୁଆ ବର୍ଗକୁ ସେମାନଙ୍କ ହକ୍ ଦେବାରେ ସରକାର ବିଫଳ । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସେ ।

OBCଙ୍କୁ 27 ପ୍ରତିଶତ ଆରକ୍ଷଣ ଦିଆଯାଉ’

ଖାରବେଳ କହିଛନ୍ତି, ସ୍ବାଧିନତା ପରଠାରୁ ଓଡିଶାରେ SC/STଙ୍କୁ 38.75 ଭାଗ ଆରକ୍ଷଣ ଦିଆଯାଇଛି | ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓବିସିଙ୍କୁ 27 ଭାଗ ବଦଳରେ 11.25 ଭାଗ ଦିଆଯାଉଛି । ପୂର୍ବରୁ ରାଜ୍ୟରେ 27ପ୍ରତିଶତ ଆରକ୍ଷଣ ଦିଆଯାଉଥିଲା । ଏନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇପାରିଥାଆନ୍ତେ । ମାତ୍ର ସରକାର ସେପରି କଲେନି ।

ପଛୁଆ ବର୍ଗଙ୍କୁ କିଛି ସମ୍ବିଧାନ ହକ୍ ମିଳୁ ସରକାର ଚାହୁଁନଥିଲେ | ଏଥିପାଇଁ ଆମେ ରାଷ୍ଟ୍ରୀୟ ପଛୁଆ ବର୍ଗ କମିଶନଙ୍କ ନିକଟରେ ଫେରାଦ ହୋଇଥିଲୁ । କମିଶନ ଓଡିଶା ଆସିବା ପରେ ରାଜ୍ୟ ସରକାର ଭୟଭୀତ ହୋଇ ରାତି ଅଧିଆ କମିଶନ ଘୋଷଣା କଲେ । ଅନ୍ୟପଟେ କର୍ଣ୍ଣାଟକରେ ପଛୁଆ ବର୍ଗଙ୍କୁ 73 ଭାଗ, ତାମିଲନାଡୁରେ 69 ଭାଗ ଆରକ୍ଷଣ ଦିଆଯାଉଛି | ସେଠାରେ ଯଦି 50ଭାଗରୁ ଅଧିକ ଆରକ୍ଷଣ ମିଳୁଛି ତାହେଲେ ଓଡିଶାରେ କାହିଁକି ଲାଗୁ କରାଯାଇପାରିବନି ବୋଲି ପ୍ରଶ୍ନ କରିଛନ୍ତି ।

ସେଥିପାଇଁ ପଛୁଆ ବର୍ଗକୁ ସରକାରୀ ଚାକିରି, ଉଚ୍ଚଶିକ୍ଷା ଓ ପଞ୍ଚାୟତ ଓ ମହାନଗର ନିଗମ ନିର୍ବାଚନରେ 27 ପ୍ରତିଶତ ସଂରକ୍ଷଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ନଚେତ୍‌ ଓବିସି ଜାଗରଣ ଅଭିଯାନ ଆସନ୍ତା 25ରୁ ସାରା ରାଜ୍ୟରେ କରାଯିବ ବୋଲି କହିଛନ୍ତି ଖାରବେଳ ସ୍ଵାଇଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details