ଭୁବନେଶ୍ବର:ଅନିଶ୍ଚିତତା ମଧ୍ୟରେ ଖଣ୍ଡଗିରି ମେଳା । ଖଣ୍ଡଗିରି କୁମ୍ଭ ମେଳାକୁ ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି । ମେଳାର ପରମ୍ପରା ରକ୍ଷା କରାଯିବ । ଅପେରା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ କି ନାହିଁ ସେନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ । ଗତକାଲି(ଗୁରୁବାର) ଖଣ୍ଡଗିରୀର ୬ଟି ଅନୁଷ୍ଠାନ ସହ ଆଲୋଚନା କରାଯାଇଛି ।
ଅନିଶ୍ଚିତତାରେ ଖଣ୍ଡଗିରି ମେଳା - Khandagiri fair
ଅନିଶ୍ଚିତତା ମଧ୍ୟରେ ଖଣ୍ଡଗିରି ମେଳା । ମେଳାର ପରମ୍ପରା ରକ୍ଷା କରାଯିବ । । ଅପେରା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ କି ନାହିଁ ସ୍ଥିର ହୋଇନି କହିଲେ ବିଏମସି କମିଶନର । ଅଧିକ ପଢନ୍ତୁ....
ଅନିଶ୍ଚିତତାରେ ଖଣ୍ଡଗିରି ମେଳା
ସେମାନଙ୍କୁ ଏକ ପ୍ଲାନ ଦେବା ପାଇଁ କୁହାଯାଇଛି । କୋଭିଡ ଗାଇଡ ଲାଇନ ଭିତରେ ଯାହା ହୋଇପାରିବ ସେଥିପାଇଁ ବିଏମସି ନିଷ୍ପତ୍ତି ନେବ । ଚଳିତ ବର୍ଷ ୪୦୦ ଷ୍ଟଲ ପାଇଁ ଅନୁମତି ଦିଆଯିବନି । ଏହାସହ ଯଦି ଯାତ୍ରା ପାର୍ଟି ୫୦ ପ୍ରତିଶତ ସି୍ଟରେ ଯାତ୍ରା କରିବାକୁ ରାଜି ହେବେ । ତେବେ ସେମାନଙ୍କୁ ଅନୁମତି ଦିଆଯିବ । ଯାହାବି କିଛି ନିଷ୍ପତ୍ତି ନିଆଯିବ ତାହା କୋଭିଡ ଗାଇଡ ଲାଇନକୁ ନଜରରେ ରଖି ନିଷ୍ପତ୍ତି ନିଆଯିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ