ଓଡିଶା

odisha

ETV Bharat / city

ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନୀ ଅସୁସ୍ଥ - ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନୀ କୁମାରୀ ଅସୁସ୍ଥ

ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଜେଡି ବିଧାୟିକା ଭି.ସୁଜ୍ଞାନୀ କୁମାରୀ ଦେଓ ଗୁରୁତର ଅସୁସ୍ଥ । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ କୁମାରୀ ଦେଓ ଗୁରୁତର
ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ କୁମାରୀ ଦେଓ ଗୁରୁତର

By

Published : May 5, 2021, 3:27 PM IST

Updated : May 5, 2021, 4:40 PM IST

ଭୁବନେଶ୍ବର:ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଜେଡି ବିଧାୟିକା ଭି.ସୁଜ୍ଞାନୀ କୁମାରୀ ଦେଓ ଗୁରୁତର ଅସୁସ୍ଥ । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ କବିସୂର୍ଯ୍ୟନଗର ବର୍ତ୍ତମାନ ବିଧାୟିକ ଲତିକା ପ୍ରଧାନ ସୂଚନା ଦେଇଛନ୍ତି ।

ବୟସାଧିକ କାରଣରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନୀ କୁମାରୀ ଦେଓ ଅସୁସ୍ଥ ହୋଇଛନ୍ତି । ସେ ମେଡିକାଲରେ ଭର୍ତ୍ତି ହେବା ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିବା ସହ ତାଙ୍କର ସୁସ୍ଥ କାମନା କରିଛନ୍ତି ।

ଏପଟେ ବିଧାୟିକା ଲତିକା ପ୍ରଧାନ ମଧ୍ୟ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି । ତାଙ୍କ ଶୀଘ୍ର ସୁସ୍ଥ ଓ ନିରାମୟ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଲତିକା । ଅନ୍ୟପଟେ ଭି.ସୁଜ୍ଞାନୀ କୁମାରୀ ଦେଓଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 5, 2021, 4:40 PM IST

For All Latest Updates

ABOUT THE AUTHOR

...view details