ଓଡିଶା

odisha

ETV Bharat / city

‘କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ଲଲିପପ୍ ଧରାଇଛନ୍ତି’ - CM announcement is like Lollipop

ସୋମବାର ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ କରିଥିବା ଘୋଷଣା ସେମାନଙ୍କ ହାତରେ ଲଲିପପ୍‌ ଧରାଇବା ପରି ବୋଲି କେନ୍ଦୁପତ୍ର ଶ୍ରମିକ ନେତା ପ୍ରଦୀପ ପୁରୋହିତ କହିଛନ୍ତି । ଅଧିକ ପଢନ୍ତୁ...

'Kendu leaf pickers hold Lollipop given by CM'
"କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ 'ଲଲିପପ୍' ଧରାଇଛନ୍ତି"

By

Published : Jan 12, 2021, 7:58 PM IST

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ପେଶା ଆଇନ ଅନୁଯାୟୀ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାରର ସଂପୂର୍ଣ୍ଣ ଅଧିକାର ଥିବା ସତ୍ତ୍ବେ ରାଜ୍ୟ ସରକାର ଲାଭାଂଶର ଶତ ପ୍ରତିଶତ ବୋନସ୍ ଦେବା ପରିବର୍ତ୍ତେ ୯୨.୩୭ କୋଟି ଟଙ୍କା ଶ୍ରମିକଙ୍କୁ ଲଲିପପ୍‌ ଧରାଇବା ସଦୃଶ ବୋଲି କେନ୍ଦୁପତ୍ର ଶ୍ରମିକ ନେତା ପ୍ରଦୀପ ପୁରୋହିତ କହିଛନ୍ତି ।

"କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ 'ଲଲିପପ୍' ଧରାଇଛନ୍ତି"

କେନ୍ଦୁପତ୍ର ତୋଳାଳୀ, ଗୁଛା କଟାଳି, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ରାଜ୍ୟ ସରକାର ଚଳିତ ବର୍ଷ କେନ୍ଦୁପତ୍ର ସଂସ୍ଥାରୁ ୪ଶହ କୋଟି ଟଙ୍କା ଲାଭ ପାଇଛନ୍ତି ଓ ବତ୍ତର୍ମାନ ଗଚ୍ଛିତ ଥିବା ପତ୍ର ବିକ୍ରି ହେଲେ ଆଉ ପାଖାପାଖି ୧୫୦ କୋଟି ଟଙ୍କା ସରକାର ଲାଭ ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ପେଶା ଆଇନ ଲାଗୁହେବା ପରେ ଜଙ୍ଗଲ ଜାତ ଦ୍ରବ୍ୟର ଅଧିକାର ପେଶା ଆଇନ ଅନୁଯାୟୀ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାରର ସଂପୂର୍ଣ୍ଣ ଅଧିକାର ଥିବା ସତ୍ତ୍ବେ ରାଜ୍ୟ ସରକାର ଲାଭାଂଶର ଶତ ପ୍ରତିଶତ ବୋନସ୍ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତୋଳାଳୀ ଓ ଶ୍ରମିକମାନଙ୍କୁ ମାତ୍ର ୯୨.୩୭ କୋଟି ଟଙ୍କା ବୋନସ ଦେବା ଘୋଷଣା କରିବା ଅତ୍ଯନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।

ଦେଶର କେନ୍ଦୁପତ୍ର ଉତ୍ପାଦିତ ହେଉଥିବା ଅନ୍ଯ ରାଜ୍ୟରେ ସରକାର ଲାଭାଂଶରୁ ଶତ ପ୍ରତିଶତ ବୋନସ ଦେଉଥିବା ବେଳେ ଓଡିଶା ସରକାର ଲାଭାଂଶର ଅର୍ଥକୁ ନିଜ ରାଜକୋଷରେ ରଖି ଅନ୍ୟ ଦିଗରେ ଖର୍ଚ୍ଚ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପୁରୋହିତ ମତ ପୋଷଣ କରିଛନ୍ତି । କେନ୍ଦୁପତ୍ର ତୋଳାଳୀମାନେ ମୃତ୍ୟୁବରଣ କଲେ ୨ ଲକ୍ଷ ଟଙ୍କା କିମ୍ବା କୌଣସି କାରଣରୁ ଅକର୍ମଣ୍ୟ ହେଲେ 'ଶ୍ରମିକ ମଙ୍ଗଳ ପାଣ୍ଠି'ରୁ ୧ ଲକ୍ଷ ଟଙ୍କା ଓ ଘୋଷଣା କରିଥିବା ବେଳେ ୪୦ ହଜାର ପତ୍ରର ମାନଦଣ୍ଡ ରାଜ୍ୟ ସରକାର ସ୍ଥିର କରିଥିବାରୁ ଓଡିଶାରେ ଥିବା ପାଖାପାଖି ୮ଲକ୍ଷ କେନ୍ଦୁପତ୍ର ତୋଳାଳୀମାନଙ୍କ ଭିତରୁ ମାତ୍ର ୫୦ ହଜାର ତୋଳାଳୀ ଏଥିରେ ଯୋଗ୍ଯ ହେବେ ୭ ଲକ୍ଷରୁ ଉର୍ଦ୍ଧ୍ବ ତୋଳାଳୀ ସରକାର ଘୋଷଣା କରିଥିବା ୨ ଲକ୍ଷ ଟଙ୍କା କିମ୍ବା ୧ ଲକ୍ଷ ଟଙ୍କା ପାଇବାରୁ ବଞ୍ଚିତ ହେବେ । ୨୦ ହଜାର ପତ୍ରର ମାନଦଣ୍ଡ ସରକାର ସ୍ଥିର କଲେ ଓଡିଶାର ପ୍ରାୟ ସମସ୍ତ କେନ୍ଦୁପତ୍ର ତୋଳାଳୀ ଏ ଶ୍ରମିକ ମଙ୍ଗଳ ପାଣ୍ଠିର ସହାୟତା ପାଇ ପାରିଥାନ୍ତେ ।

ରାଜ୍ୟ ସରକାରଙ୍କୁ ଆଗରୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ଏହା ଉପରେ ସରକାର ପୁନର୍ବାର ନିଷ୍ପତ୍ତି ନେଇ ନାହନ୍ତି । କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୭ ହଜାର ସିଜିନାଲ କର୍ମଚାରୀଙ୍କ ବର୍ଦ୍ଧିତ ଦରମା ସରକାର ଦେବା ପାଇଁ ଉନ୍ନୟନ ପରିଷଦର ନିଷ୍ପତ୍ତି ନ ହେବା ଯୋଗୁଁ କର୍ମଚାରୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସରକାରଙ୍କ ଘୋଷଣା କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ 'ଲଲିପପ୍' ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ସାରା ରାଜ୍ୟରେ କେନ୍ଦୁପତ୍ର ଶ୍ରମିକମାନଙ୍କ ବିରାଟ ଆନ୍ଦୋଳନ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details