ଭୁବନେଶ୍ବର: କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ତେଜୁଛି ରାଜନୀତି । ଏନେଇ ଥାନାରେ କୋ-ଅପରେଟିଭ ବ୍ୟାଙ୍କର ସଭାପତିଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ ।
କେନ୍ଦ୍ରାପଡା କୋ-ପରେଟିଭ ବ୍ୟାଙ୍କ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି - ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ
କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କରେ ଯୁବତୀଙ୍କୁ ଅସଦାଚରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି ।
କେନ୍ଦ୍ରାପଡାରେ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି
ଏପରି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛି ବିଜେପି । ରାଜ୍ୟ ସରକାର ମହିଳା ସୁରକ୍ଷା ନେଇ କଥା କହୁଥିବା ବେଳେ ଏଠାରେ ମହିଳା ସୁରକ୍ଷିତ ନୁହନ୍ତି ବୋଲି କହିଛନ୍ତି । ଏପରିକି ରାଜ୍ୟ ସରକାର 5‘ଟି’ କଥା କହୁଥିବା ବେଳେ ଏହି ଘଟଣାରେ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ