ଓଡିଶା

odisha

ETV Bharat / city

'ବୁଲବୁଲ' ପ୍ରଭାବ: କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା, ଖୋର୍ଦ୍ଧାରେ ସର୍ବନିମ୍ନ

ସାମୁଦ୍ରିକ ଝଡ 'ବୁଲବୁଲ' ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

By

Published : Nov 9, 2019, 11:20 AM IST

କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା, ଖୋର୍ଦ୍ଧାରେ କମ

ଭୁବନେଶ୍ବର: ସମୁଦ୍ର ଭିତରୁ ଶକ୍ତି ଗୋଟାଉଛି ବାତ୍ୟା 'ବୁଲବୁଲ' । ଆଜି ଭୋରରୁ ଏହା ଆହୁରୀ ଶକ୍ତିଶାଳୀ ହୋଇଛି । ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା 'ବୁଲବୁଲ' ପଶ୍ଚିମବଙ୍ଗ ଓ ବାଲାଂଦେଶର ମଧ୍ୟ ସୁନ୍ଦରବନ ସ୍ପର୍ଶ କରିବ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି 110ରୁ 120 ରହିବ । ସ୍ଥଳ ଭାଗରେ ଏହା 135 କିମି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

କେନ୍ଦ୍ରପଡା ଜିଲ୍ଲାରେ 75.6 ମିଲିମିଟର ବର୍ଷା ହୋଇଥିବାବେଳେ ଭଦ୍ରକରେ 54.6ରେ ବର୍ଷା ଗ୍ରହଣ କରି ଏହାର ପଛକୁ ରହିଛି। ଜଗତସିଂହପୁରରେ 51.6 ଓ ବାଲେଶ୍ବର 37.9 ମିଲିମିଟର ବର୍ଷା ହୋଇଛି।

କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା, ଖୋର୍ଦ୍ଧାରେ କମ

ସେହିପରି ଯାଜପୁରରେ 21.7, ପୁରୀରେ 10.7, କଟକରେ 9.5, ମୟୂରଭଞ୍ଜ 7.8, ଖୋର୍ଦ୍ଧା 2.1 ମିଲିମିଟର ବର୍ଷା ହୋଇଛି। ରାଜ୍ୟରେ ହାରାହାରି ବର୍ଷା 9.1 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ 3ଟି ବ୍ଲକରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଛି। କେନ୍ଦ୍ରାପଡାର ରାଜନଗର, ରାଜକନିକା, ଭଦ୍ରକ ଚାନ୍ଦବାଲିରେ ଅଧିକ ବର୍ଷା ରେକର୍ଡ ହୋଇଛି ।

ବାତ୍ୟା 'ବୁଲବୁଲ' ଦିନ 11ଟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚାନ୍ଦବାଲି, ଧାମରା ଅଞ୍ଚଳରେ ପବନର ବେଗ 60ରୁ 70 କିମି ରହିଛି । ବାସୁଦେବପୁର ବ୍ଲକରେ 20 ଜଣଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା ତୋରଣ ଭାଙ୍ଗି ଯାଇଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ।

କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା, ଖୋର୍ଦ୍ଧାରେ କମ


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details