ଓଡିଶା

odisha

By

Published : Oct 30, 2019, 3:58 AM IST

ETV Bharat / city

କେନ୍ଦ୍ରାପଡା ବିଜେଡି ନେତାଙ୍କ ଅସଦାଚରଣ ପ୍ରସଙ୍ଗ, ନିନ୍ଦା କଲା କଂଗ୍ରେସ

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କ ସଭାପତି ମହିଳାଙ୍କୁ ଅସଦାଚରଣ କରିବା ଘଟଣାକୁ କଡ଼ା ନିନ୍ଦା କରିଛି ରାଜ୍ୟ କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କ ସଭାପତି ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକଙ୍କ ମହିଳାଙ୍କୁ ଅସଦାଚରଣ ଘଟଣାକୁ ନିନ୍ଦା କରିଛି ରାଜ୍ୟ କଂଗ୍ରେସ । ଯେଉଁଭଳି ଭାବରେ ବ୍ୟାଙ୍କର ମହିଳା କର୍ମଚାରୀଙ୍କ ପ୍ରତି ଅସଦାଚରଣ କରିଛନ୍ତି ତାକୁ ଦଳର ନେତ୍ରୀ ମିଲି ପଣ୍ଡା କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

କେନ୍ଦ୍ରାପଡା ବିଜେଡି ନେତାଙ୍କ ଅସଦାଚରଣ ପ୍ରସଙ୍ଗ, ନିନ୍ଦା କଲା କଂଗ୍ରେସ

ସିଧାସଳଖ ବିଜେଡି ନେତାଙ୍କ ସମ୍ପୃକ୍ତି ଥିଲେ ବି କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହଁ ବୋଲି ଦଳ ପ୍ରଶ୍ନ କରିଛି । ନିଜ ଦଳର ନେତା ଓ କର୍ମୀଙ୍କ ପାଇଁ କାହିଁକି 5T ଲାଗୁ ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦଳର ନେତ୍ରୀ । ଏହାକୁ ଲଜ୍ୟାଜନକ କହିବା ସହିତ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ମିଲି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details