ଭୁବନେଶ୍ବର: ରାଜଧାନୀରେ କେବିଏନ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଏଥିପାଇଁ କୋର୍ଟରେ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ୪ ଅଭିଯୁକ୍ତ ହେଉଛନ୍ତି ରାହୁଲ ଜେନା, ରାଜେଶ ବେହେରା, ଶୁଭମ ପରିଡା ଓ ସନାତନ ବେହେରା । ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି ପୋଲିସ । ସେମାନଙ୍କୁ ରିମାଣ୍ଡରେ ନେଇ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ପଚରାଉଚରା କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।
ରିମାଣ୍ଡରେ ଆସିବେ କେବିଏନ ଗ୍ୟାଙ୍ଗର ଅଭିଯୁକ୍ତ: ଡିସିପି - କେବିଏନ ଗ୍ୟାଙ୍ଗ
ରାଜଧାନୀରେ କେବିଏନ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଏଥିପାଇଁ କୋର୍ଟରେ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ଅଧିକ ପଢନ୍ତୁ...
ରିମାଣ୍ଡରେ ଆସିବେ କେବିଏନ ଗ୍ୟାଙ୍ଗର ଅଭିଯୁକ୍ତ
ଗତକାଲି ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଘରେ ନୟାପଲ୍ଲୀ ଥାନା ପୋଲିସ ରେଡ୍ କରିଥିଲା । ବୁବୁ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି । ଭାଇରାଲ୍ ଭିଡିଓରେ ଥିବା ଖଣ୍ଡା ଜବତ କରାଯାଇଥିଲା । କେବିଏନ୍ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ ୨୯ ଜଣକ ନାଁରେ କମିଶନରେଟ ପୋଲିସ୍ ମାମଲା ରୁଜୁ କରିଛି । ମାମଲାରେ ମୋଟ୍ ୯ ଜଣ ଗିରଫ ହୋଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ