ଓଡିଶା

odisha

ETV Bharat / city

ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ AIIMS ପରିଦର୍ଶନ କଲେ କାୟାକଳ୍ପ ଟିମ୍ - କାୟାକଳ୍ପ ଟିମ୍

ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ କାୟାକଳ୍ପ ଦଳର ଭୁବନେଶ୍ୱର ଏମ୍ସ ପରିଦର୍ଶନ । ରୋଗୀ-ଅନୁକୂଳ ପରିବେଶ ସୃଷ୍ଟି କ୍ଷେତ୍ରରେ ଦେଶରେ ଉଦାହରଣ ସୃଷ୍ଟି କରିଛି ଏମ୍ସ । ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ ପ୍ରଶଂସା କଲେ ଟିମ୍ । ଅଧିକ ପଢନ୍ତୁ

ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ AIIMS ପରିଦର୍ଶନ କଲେ କାୟାକଳ୍ପ ଟିମ୍
ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ AIIMS ପରିଦର୍ଶନ କଲେ କାୟାକଳ୍ପ ଟିମ୍

By

Published : Feb 16, 2022, 8:21 AM IST

ଭୁବନେଶ୍ବର: ନୂଆଦିଲ୍ଲୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଜାତୀୟ ପ୍ରତିଷ୍ଠାନ(National Institute of Health and Family Welfare) ରୁ ଆସିଥିବା କାୟାକଳ୍ପ ଦଳ ଚୂଡାନ୍ତ ମୂଲ୍ୟାଙ୍କନ ନିମନ୍ତେ ଭୁବନେଶ୍ୱର ଏମ୍ସ(AIIMS) ପରିଦର୍ଶନ କରିଛନ୍ତି । ଏନଆଇଏଚଏଫଡବ୍ଲ୍ୟୁର 4 ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ଟିମ୍ ଏମ୍ସକୁ ସୋମବାର ଏବଂ ମଙ୍ଗଳବାର ଦୁଇ ଦିନିଆ ଗସ୍ତ କରିଥିଲେ । ଏହି ଦଳରେ ଡ. ମିରାମ୍ବିକା ମହାପାତ୍ର, ଡକ୍ଟର ଦୀନେଶ ପାଲ, ଡକ୍ଟର ରୂପେଶ ଗୁପ୍ତା ଏବଂ ଡକ୍ଟର ମୁକେଶ କୁମାର ରାୟ ଥିଲେ । ପ୍ରଥମ ଦିନରେ ଏହି ଟିମ୍ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ମୁକେଶ ତ୍ରିପାଠୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏହି ଜାତୀୟ ପ୍ରତିଷ୍ଠାନ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍.ଏନ୍ ମହାନ୍ତି, ଡିଡିଏ ପି.କେ ରାୟ, ପ୍ରଫେସର ଓ ହେଡ୍ ହସ୍ପିଟାଲ୍ ପ୍ରଶାସନ ଏବଂ କାୟାକଳ୍ପ ନୋଡାଲ୍ ଅଧିକାରୀ, ଡ. ଜବାହର ଏସ.କେ ପିଲ୍ଲାଇ, ଡକ୍ଟର ସ୍ୱେତା ସିଂ, ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଡକ୍ଟର ବିନୋଦ ପାତ୍ର, ଡ. ଅରବିନ୍ଦ ସିଂ ଏବଂ ଅଶୋକ କୁମାର ଜେନା ପ୍ରମୁଖ ସାମିଲ ଥିଲେ ।

ପରବର୍ତ୍ତୀ ସମୟରେ ଟିମ୍ ଓପିଡ଼ି, ଆଇପିଡ଼ି, ଅପରେସନ କକ୍ଷ, ଆଇସିୟୁ, ଟ୍ରମା ଏବଂ ଜରୁରୀ ଓଟି, ଫାର୍ମାସି, ସିଏସଏସଡି, ରୋଷେଇ ଘର ଆଦି ପରିଦର୍ଶନ କରିଥିଲେ । ହସ୍ପିଟାଲର ରକ୍ଷଣାବେକ୍ଷଣ, ପରିମଳ ଏବଂ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସହାୟତା ସେବା ଏବଂ ସ୍ୱଚ୍ଛତା ରକ୍ଷା ନେଇ ବ୍ୟାପକ ପଦକ୍ଷେପ ଆଦିକୁ ନିରୀକ୍ଷଣ କରିଥିଲେ । ଏତଦ୍ ବ୍ୟତୀତ ଏହି ଟିମ୍ ହସ୍ପିଟାଲର ବିଭିନ୍ନ କ୍ଷେତ୍ର ବୁଲି ଦେଖିବା ସହିତ କର୍ମଚାରୀ ଏବଂ ରୋଗୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ।


ଦୁଇ ଦିନିଆ ଗସ୍ତ ପରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ଏହି କାୟାକଳ୍ପ ଦଳ AIIMSର ରୋଗୀ ଅନୁକୂଳ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଦେଶର ଅନ୍ୟାନ୍ୟ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ନିମନ୍ତେ ଏମ୍ସ(AIIMS)ର ସ୍ୱଚ୍ଛତା, ଜନସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ନିରନ୍ତର ଅଭ୍ୟାସ ସୃଷ୍ଟି କରିବାରେ ଉଦାହରଣ ସୃଷ୍ଟି କରିଥିବା କାୟାକଳ୍ପ ଦଳ ପକ୍ଷରୁ ପ୍ରକାଶ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏମ୍ସ ଭୁବନେଶ୍ୱର ପୂର୍ବରୁ କ୍ରମାଗତ ତିନିଥର କାୟାକଳ୍ପ ପୁରସ୍କାର ହାସଲ କରି ଜାତୀୟ ସ୍ତରରେ ଓଡ଼ିଶାର ଟେକ ରଖିଛି । ସ୍ବଚ୍ଛ ଭାରତ ମିଶନର ପରିବ୍ୟାପ୍ତ ନିମନ୍ତେ କାୟାକଳ୍ପ ପୁରସ୍କାର ଯୋଜନା ୧୫ ମେ,୨ ୦୧୫ରେ ଆରମ୍ଭ କରାଯାଇଥିଲା । ଜନସ୍ୱାସ୍ଥ୍ୟ ସେବାରେ ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ଉନ୍ନତ ତଥା ପ୍ରୋତ୍ସାହିତ କରିବା ଏବଂ ଆଦର୍ଶ ପ୍ରଦର୍ଶନ ସୁବିଧାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଆରମ୍ଭ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details