ଭୁବନେଶ୍ବର: ସରିଯାଇଛି ଚଳିତ ବର୍ଷର ପୂଣ୍ୟ ମାସ କାର୍ତ୍ତିକ। ହବିଷ୍ୟାଳୀ ଓ ବତ୍ରଧାରୀ ମାନେ ଦୀର୍ଘ ୧ ମାସ ଧରି ଆମିଷ ବର୍ଜନ କରିଥିଲେ। ତେବେ ମାସେ ପରେ ଏବେ ଆସିଛି ଛାଡ ଖାଇ ପାଳି। ଅର୍ଥାତ୍ ମାସେ ଧରି ଛାଡିଥିବା ସମସ୍ତ ଖାଦ୍ୟକୁ ଏହିଦିନ ଭକ୍ଷଣ କରାଯାଏ ।
ଗତକାଲି ଛାଡଖାଇ ପଡିଥିବା ବେଳେ ଆମିଷ ବାରି ନଥିଲା। ଯେଉଁଥି ପାଇଁ ସାଧା ସାଧାରେ ଦିନ ବିତିବା ସହ ବଜାରରେ ଭିଡ ଜମିନଥିଲା। ଆଜି ହେଉଛି ବୁଧବାର ତଥା ଅସଲି ଛାଡ ଖାଇ। ଯେଉଁଥି ପାଇଁ ଛାଡଖାଇ ବଜାରରେ ଲାଗିଛି ନିଆଁ।