ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ନିବିଡ଼ ଭାବରେ ସଂପୃକ୍ତ । ଏହି ଅବସର ରାଜଧାନୀବାସୀ ମଧ୍ୟ ପବିତ୍ର ବିନ୍ଦୁସାଗରରେ ଏକଜୁଟ ହୋଇ ଡଙ୍ଗା ଭସାଇ ମନେପକାଇଛନ୍ତି ସେହି ପୁରୁଣା ଐତିହ୍ୟକୁ ।
ଏହି ପୂର୍ଣ୍ଣିମା ତିଥିରେ ନୌକାରେ ବସି ବାଲି, ଜାଭା, ସୁମିତ୍ରା ଆଦି ଦେଶକୁ ଯାଇ ସାଧବ ପୁଅ ମାନେ ବାଣିଜ୍ୟ କରୁଥିଲେ ।