ଭୁବନେଶ୍ବର : ରାଜ୍ୟ ସହ ରାଜ୍ୟର କଳା, ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରତିଭାର ଆଦାନପ୍ରଦାନକୁ ନେଇ କର୍ଣ୍ଣାଟକ ଟୁରିଜିମ ପକ୍ଷରୁ ‘କର୍ଣ୍ଣାଟକ ରୋଡ ସୋ’ ଆୟୋଜିତ ହୋଇଯାଇଛି । ପର୍ଯ୍ୟଟନ ବିଭାଗ, ଘରୋଇ ହୋଟେଲ, ରିସର୍ଟକୁ ନେଇ ଓଡ଼ିଶାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ଲିମିଟେଡ ସହିତ ମିଶି ଏହି ରୋଡ ସୋ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ବର ସ୍ୱସ୍ତି ପ୍ରମିୟମ ଠାରେ ଆୟୋଜିତ କରାଯାଇଛି । ଏଥିରେ କର୍ଣ୍ଣାଟକର ପର୍ଯ୍ୟଟନ ସ୍ଥଳ, ହୋଟେଲ, ରିସର୍ଟ, ହୋମ ଷ୍ଟେ ଉପରେ ଭୁବନେଶ୍ଵର ଲୋକମାନଙ୍କୁ ପରିଚିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ସଭାପତି ଏସକେଏଲ ଇଣ୍ଟରନ୍ୟାସନାଲ, ଚେୟାରମ୍ୟାନ, ଆଇଏଟିଓ ଓ ଚେୟାରମ୍ୟାନ ଇଆଇଏଚଆରଏ ଜେକେ ମହାନ୍ତି । ଏହା ବ୍ୟତୀତ ଗଗନ ସଢଙ୍ଗୀ, ଚେୟାରମ୍ୟାନ, ଆଇଏଟିଓ, ଓଡ଼ିଶା ଚ୍ଯାପଟର ମିସ ରଶ୍ମି ସୋନିଆ ତିର୍କି, ସହକାରୀ ନିର୍ଦ୍ଦେଶକ, ଇଣ୍ଡିଆ ଟୁରିଜିମ, ଟି.ଭେଙ୍କଟେଶ, ଆଇଏଏସ, ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ, ଶିବକୁମାର ଏସଏମ, ମହାପ୍ରବନ୍ଧକ (ପ୍ରଶାସନ), କେଏସଟିଡିସି ଓ ଇନ୍ଦ୍ରମା ବିଜି ମହାପ୍ରବନ୍ଧକ ଫାଇନାନସ କେଏସଟିଡିସି ପ୍ରମୁଖ ଯୋଗ ଦେଇଥିଲେ ।