ୱାଶିଂଟନ:ସେ ଭାବ ବିନୋଦିଆ । ସବୁରି ସାଆନ୍ତ ସୁନାଠାକୁର । ଅଖିଳ ବ୍ରହ୍ମାଣ୍ତ ନାଥ ସେ ପ୍ରଭୁ ଜଗନ୍ନାଥ । ତା ପ୍ରେମରେ କିଏ ବା ନପଡିବ । ସେ ସବୁଠି ବିଦ୍ୟମାନ । ଯେଉଁଠି ବି ତା ଭକ୍ତ ରହୁ ନା କାହିଁକି ଭଗବାନକୁ ଦେଖିବାକୁ ଭକ୍ତର ମନ ବ୍ୟାକୁଳ । କେବଳ ଯେ ରାଜ୍ୟ କି ଦେଶ ନୁହେଁ ସମଗ୍ରେ ଜଗତରେ ପ୍ରତିଧ୍ବନିତ ହେଉଛି ଜଗତ ନାଥ ଜଗନ୍ନାଥଙ୍କ ନାମ । ଓଡିଆଟିଏ ଯେଉଁଠି ବି ଥାଉ ରଥଯାତ୍ରା ଆସିଲେ ରଥଟାଣି ନେବାକୁ ବ୍ୟାକୁଳିତ ହୋଇଥାଏ । ଏହିପରି କାଳିଆ ପ୍ରେମରେ ବ୍ୟାକୁଳ ହେଉଥିବା ଓଡିଆ ଭକ୍ତ ଦେଖିବାକୁ ମିଳିଛନ୍ତି ସୂଦୁର ଆମେରିକାରେ ।
ଆମେରିକାରେ ଶୁଭିଲା ଜୟ ଜଗନ୍ନାଥ, ବାହୁଡା ଯାତ୍ରା ମନାଇଲେ ପ୍ରବାସୀ ଓଡିଆ - ଆମେରିକାରେ ପ୍ରବାସୀ ଓଡ଼ିଆ ପାଳିଲେ ରଥଯାତ୍ରା
ଓଡିଆଟିଏ ଯେଉଁଠି ବି ଥାଉ ରଥଯାତ୍ରା ଆସିଲେ ରଥଟାଣି ନେବାକୁ ବ୍ୟାକୁଳିତ ହୋଇଥାଏ । ଏହିପରି କାଳିଆ ପ୍ରେମରେ ବ୍ୟାକୁଳ ହେଉଥିବା ଓଡିଆ ଭକ୍ତ ଦେଖିବାକୁ ମିଳିଛନ୍ତି ଆମେରିକାରେ । ଅଧିକ ପଢନ୍ତୁ
ହଜାରରୁ ଅଧିକ ଭକ୍ତ ଏକାଠି ହୋଇ ଆମେରିକାର କନ୍ସାସ୍ରେ ବାହୁଡା ଯାତ୍ରା ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକାଧିକ ଆମେରିକାବାସୀ ମଧ୍ୟ ଯୋଗ ଦେଇ ମହାପ୍ରଭୁଙ୍କ ଭକ୍ତିରେ ଝୁମିଥିବା ଦେଖା ଯାଇଛି । ସଂକୀର୍ତ୍ତନ ହରେ କୃଷ୍ଣ ନାମ ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ସ୍ଥାନୀୟ ଅଞ୍ଚଳ । ଜୁଲାଇ ୯ ତାରିଖରେ ବାହୁଡା ଯାତ୍ରା ଦିନ ମହାପ୍ରଭୁଙ୍କ ବାହୁଡା ପରମ୍ପରା ପାଳନ କରିଛନ୍ତି ଆମେରିକାରେ ବାସ କରୁଥିବା ଓଡ଼ିଆ ।
ସମଗ୍ର ପ୍ରବାସୀ ଓଡିଆ ବାହୁଡା ଯାତ୍ରାର ସୁପରିଚାଳନା ପାଇଁ ସହଯୋଗ କରିଥିଲେ । କନ୍ସାସ୍ ହିନ୍ଦୁ ମନ୍ଦିର ଓ କଲ୍ଚରାଲ୍ ସେଣ୍ଟରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମାପନ ହୋଇଛି ।