ଓଡିଶା

odisha

ETV Bharat / city

ଭାଲିଆଗୁଡା ମିଥ୍ୟା ଏନକାଉଣ୍ଟର ମାମଲା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କନ୍ଧମାଳ ବ୍ରାହ୍ମଣୀ ଗାଁ ସଙ୍ଘ - protest for kandhamal tribal firing issue

ପାଞ୍ଚଜଣ ଆଦିବାସୀଙ୍କୁ ମାଓବାଦୀ ମିଥ୍ୟା ଅଭିଯୋଗରେ ଏନକାଉଣ୍ଟର କରିଥିବା ଘଟଣାର ଇଚ୍ଚ ତଦନ୍ତ ଦାବି କରି ସୋମବାର ଭୁବନେଶ୍ବର ସ୍ଥିତ ଲୋୟର ପିଏମଜି ଠାରେ କନ୍ଧମାଳ ବ୍ରହ୍ମଣି ଗାଁ ସଙ୍ଘ ଧାରଣା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 18, 2019, 4:51 PM IST

ଭୁବନେଶ୍ବର: 8 ବର୍ଷ ପୂର୍ବରୁ ହୋଇଥିବା ମିଥ୍ୟା ଏନକାଉଣ୍ଟର ମାମଲାର ନ୍ୟାୟ ଦାବିରେ ରାଜଧାନୀରେ ଗର୍ଜିଲା କନ୍ଧମାଳ ବ୍ରାହ୍ମଣୀ ଗାଁ ସଙ୍ଘ । ପାଞ୍ଚଜଣ ଆଦିବାସୀଙ୍କୁ ମାଓବାଦୀ ଦର୍ଶାଇ ଏନକାଉଣ୍ଟର କରିଥିବା ଘଟଣାର ଇଚ୍ଚସ୍ତରୀୟ ତଦନ୍ତ ଦାବି କରି ସୋମବାର ଭୁବନେଶ୍ବର ସ୍ଥିତ ଲୋୟର ପିଏମଜି ଠାରେ କନ୍ଧମାଳ ବ୍ରାହ୍ମଣୀ ଗାଁ ସଙ୍ଘ ଧାରଣା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁଯାୟୀ, 2012 କନ୍ଧମାଳ ଭାଲିଆଗୁଡା ଠାରେ ଦଳିତ ଆଦିବାସୀ ଯେତେବେଳେ ପ୍ରଜାକୋଟରୁ ଫେରୁଥିଲେ ସେହି ସମୟରେ ପୋଲିସ ଗୁଳିରେ 5 ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟଥିଲା । ତେବେ ମିଥ୍ୟା ଅଭିଯୋଗରେ ପୋଲିସ ଏହି ଏନକାଉଣ୍ଟର କରିଥିବା ସଂଘ ପ୍ରକାଶ କରିଛି ।

ଏଥିସହ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ସହ ପ୍ରାଣ ହରାଇଥିବା ପରିବାରକୁ 50 ଲକ୍ଷ ଟଙ୍କାର ସହାୟତା ରାଶି ସରକାର ଦିଅନ୍ତୁ ବୋଲି ସଂଘ ଦାବି କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details