ଭୁବନେଶ୍ବର: ପ୍ରଫେସର କମଲଜିତ୍ ସିଂ ହେଲେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି । ରାଜ୍ୟପାଳ ଗଣେଶୀ ଲାଲ କମଲଜିତଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି । ଓଡ଼ିଶା ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ଆକ୍ଟ 2020କୁ ବ୍ୟବହାର କରି କମଲଜିତଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ।
କମଲଜିତ୍ ସିଂ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ - ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
ପ୍ରଫେସର କମଲଜିତ୍ ସିଂ ହେଲେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି । ରାଜ୍ୟପାଳ ଗଣେଶୀ ଲାଲ କମଲଜିତଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି । ଅଧିକ ପଢନ୍ତୁ...
କମଲଜିତ୍ ସିଂ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ
କାର୍ଯ୍ୟରେ ଯୋଗ ଦେବା ଠାରୁ 4 ବର୍ଷ ପର୍ଯ୍ୟନ୍ତ ତାଙ୍କୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି । ହିମାଚଳ ପ୍ରଦେଶ ବେସରକାରୀ ଶିକ୍ଷାଅନୁଷ୍ଠାନ ନିୟନ୍ତ୍ରଣ କମିଶନ ଭାବେ କାର୍ଯ୍ୟ କରୁଛନ୍ତି ସେ । ତାଙ୍କର 27ଟି ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ରହିଛି । ସେ ଦୁଇଟି ପୁସ୍ତକ ରଚନା କରିଛନ୍ତି । 17 ଜଣ ପିଏଚଡି ଓ 100 ଜଣ ଏଲଏଲଏମ ଛାତ୍ରଙ୍କୁ ଗାଇଡ଼ କରିଛନ୍ତି କମଲଜିତ । ତେବେ ସେ ରାଜ୍ୟର ପ୍ରଥମ ଆଇନ ବିଶ୍ବ ବିଦ୍ୟାଳୟ କୁଳପତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ